କନକ ବ୍ୟୁରୋ: ପାଇଖାନା ନିର୍ମାଣରେ ଦୁର୍ନୀତି । କେଉଁଠି ପାଇଖାନା ନିର୍ମାଣ ଅଧାରେ ପଡିଛି ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠିଛି । ଏଭଳି ଦୁର୍ନୀତିର ଗନ୍ଧ ରହିଛି କନ୍ଧମାଳ ଜିଲ୍ଲା ପାଣ୍ଡବାଡ଼ି ଗାଁରେ । ହିତାଧିକାରୀଙ୍କ ନାଁରେ ଟଙ୍କା ଆସୁଛି ହେଲେ ନିର୍ମାଣ ହୋଇପାରୁ ନାହିଁ । ଗୋଟିଏ ପାଇଖାନାକୁ ତିନି ତିନୋଟି ପରିବାର ବ୍ୟବହାର କରୁଛନ୍ତି । ଏମିତି ବି ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।
ସେହିିପରି ପାଇଖାନା ନିର୍ମାଣରେ ଠିକାଦାର ନିମ୍ନମାନର କାମ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏପରିକି ଜଣଙ୍କ ପାଇଖାନାରେ ଏକାଧିକ ବ୍ୟକ୍ତିଙ୍କ ନାଁ ରହିଛି । ଏ ବିଷୟରେ ଆମ ପ୍ରତିନିଧି ବ୍ଲକ ବିଡ଼ିଓଙ୍କୁ ଭେଟିଥିଲେ । ସେ କହିଥିଲେ କି ଘଟଣାର ତଦନ୍ତ କରାଯିବ ଅଭିଯୋଗରେ ସତ୍ୟତ ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ମୃତ ଲୋକଙ୍କ ନାଁରେ କିପରି ପାଇଖାନା ତିଆରୀ ହେଲା ଏବଂ ଗୋଟିଏ ପାଇଖାନାକୁ କିପରୁ ଏକାଧିକ ଲୋକଙ୍କ ନାଁ ରହିଲା ତାର ନିରପେକ୍ଷ ତଦନ୍ତ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/vlcsnap-2018-02-19-17h38m56s223.png)
/kanak/media/post_attachments/wp-content/uploads/2018/02/vlcsnap-2018-02-19-17h38m40s212-300x169.png)
/kanak/media/post_attachments/wp-content/uploads/2018/02/vlcsnap-2018-02-19-17h39m28s611-300x169.png)