ଭୁବନେଶ୍ୱର ପରେ ସୁରଟ୍ ! ଗୁଜୁରାଟରେ ମୋଦିଙ୍କ ମେଗା ରୋଡ୍ ଶୋ

66

କନକ ବ୍ୟୁରୋ : ଭୁବନେଶ୍ୱରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶେଷ କରିବା ପରେ ଆଜି ଗୁଜରାଟ ସୁରଟ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରଟରେ ସେ ଦଳୀୟ ବିଧାୟକଙ୍କ ଭେଟିଛନ୍ତି । ଏହାପରେ ୧୧ କିମିର ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପାଇଁ ପୁରା ସହରରେ ବିଶେଷ ଆୟୋଜନ ସହ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତାକାଲି ୪୦୦କୋଟି ବ୍ୟୟରେ ସୁରଟରେ ନିର୍ମିତ ଏକ ଅତ୍ୟାଧୁନିକ ମଲ୍ଟି ସ୍ପେଶାଲିଟି ହସପିଟାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ହୀରା ପଲିସିଂ କେନ୍ଦ୍ର ଓ ଏକ ଡାଏରୀ ପ୍ଲାଂଟର ଉଦଘାଟନ କରିବେ । ପରେ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ଶାସିତ ଦାଦର ଓ ନଗର ହବେଲି ଗସ୍ତ କରିବେ ।

ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରୁ ସର୍କିଟ ହାଉସ ଓ ମୋଦିଙ୍କ ଗନ୍ତବ୍ୟସ୍ଥଳରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ସୁରଟ ସହରକୁ ଆଲୋକରେ ସୁସଜ୍ଜିତ କରାଯାଇଛି । ବିଜେପିର ପୋଷ୍ଟର, ବ୍ୟାନର ସାଂଗକୁ ମୋଦିଙ୍କୁ ସ୍ୱାଗତ କରାଯାଇଛି ।