ପ୍ରଧାନମନ୍ତ୍ରୀଙ୍କ ‘ସୌଭାଗ୍ୟ’ ଯୋଜନା ! ଏଣିକି ଅନ୍ଧାରରେ ରହିବେନି ଦେଶବାସୀ, ୨୫ ସେପ୍ଟେମ୍ବରରେ ଲଂଚ୍ ହେବ ‘ପାୱାର୍ ଫର୍ ଅଲ୍’ ସ୍କିମ୍

99

Narendra Modiକନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପୂଜା ଉପହାର । ଆଉ ଅନ୍ଧାରରେ ରହିବେନି ଦେଶବାସୀ । ସମସ୍ତଙ୍କୁ ମିଳିବ ୨୪ ଘଂଟିଆ ବିଜୁଳି । ଖୁବ୍ ଶୀଘ୍ର ମୋଦି ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା । ୨୫ ସେପ୍ଟେମ୍ବରକୁ ‘ପାୱାର୍ ଫର୍ ଅଲ୍’ ନାମରେ ଏହି ନୂଆ ସ୍କିମ୍ ଲଂଚ୍ କରିପାରନ୍ତି ମୋଦି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ଆର୍ କେ ସିଂହ ସୂଚନା ଦେଇ କହିଛନ୍ତି ୨୫ ସେପ୍ଟେମ୍ବରରେ ଆରଏସଏସ୍ ବିଚାରକ ଦୀନଦୟାଲ୍ ଉପାଧ୍ୟୟଙ୍କ ଜୟନ୍ତୀ । ତେଣୁ ଏହି ମୋଦି ଏହି ‘ପାୱାର୍ ଫର୍ ଅଲ୍’ ସ୍କିମ୍ ଲଂଚ୍ କରିପାରନ୍ତି ।

ଏକ ଘରୋଇ ଚ୍ୟାନେଲକୁ ଦେଉଥିବା ସାକ୍ଷାତକାରରେ ଆରକେ ସିଂହ କହିଛନ୍ତି ୨୫ ସେପ୍ଟେମ୍ବରକୁ ନୂଆ ଚ୍ୟାଲେଂଜ୍ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ମୋଦି ଦେଶବାସୀଙ୍କୁ ୨୪ ଘଂଟିଆ ବିଦ୍ୟୁତ୍ ସେବା ଦେବା ପାଇଁ ‘ପାୱାର୍ ଫର୍ ଅଲ୍’ ସ୍କିମ୍ ଲଂଚ୍ କରିବେ । ତେବେ ସୂଚନା ଅନୁସାରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ଗାଁକୁ ବିଜୁଳି ଯୋଗାଇଦେବା ପାଇଁ ସରକାର ଲକ୍ଷ ରଖିଛନ୍ତି ।

narendra-modi-ଏହି ଯୋଜନାରେ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରୋଜେକ୍ଟ ତିଆରି କରିବା ପାଇଁ କହିଛନ୍ତି କେନ୍ଦ୍ର ସରକାର । ଏହା ପରେ ସମସ୍ତ ରାଜ୍ୟକୁ ଫଣ୍ଡ ଜାରି ହେବ । ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାର ନାଁ ରହିବ ‘ସୌଭାଗ୍ୟ’ । କେନ୍ଦ୍ର ସରକାର ଦେଶର ସମସ୍ତ ଗାଁ ବିଜୁଳି ଯୋଗାଇଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି । ଆଉ ଏଥିପାଇଁ ଟାର୍ଗେଟ୍ ରହିଛି ୨୦୧୯ । ଅର୍ଥାତ୍ ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ ମାରିବାକୁ ଲକ୍ଷ ରଖିଛନ୍ତି ମୋଦି ସରକାର ।

କେନ୍ଦ୍ର ସରକାର ଆଣିଛି ଅନେକ ସ୍କିମ୍ । ଯାହା ଦ୍ୱାରା ଜଣେ ସାଧାରଣ ଲୋକ ନା କେବଳ ଦେଶ ଚଳାଇବାରେ ସାହାଯ୍ୟ କରିପାରିବ ବରଂ ନିଜେ ମଧ୍ୟ ରୋଜଗାରକ୍ଷମ ହୋଇପାରିବ । ଏହି ସବୁ ସ୍କିମ୍ ପାଳନ କଲେ ଆପଣ ମାସକୁ ୨୫ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ । ଏବେ ଜାଣନ୍ତୁ ସରକାରଙ୍କ ଏହି ସ୍କିମ୍ ବିଷୟରେ ।

1• ବର୍ଷ ବର୍ଷ ଧରି ସରକାରୀ ବିଭାଗରେ ପଡିଥିବା ଫାଇଲକୁ କେନ୍ଦ୍ର ସରକାର ଡିଜିଟାଲ୍ ରୂପ ଦେବାକୁ ଆରମ୍ଭ କରିଛି । ଆଉ ଏହି କାମରେ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଉଛି । ଡାଟା ଏଂଟ୍ରିର ଏହି କାମ ପାଇଁ ଆପଣଙ୍କୁ ଡିଜିଟାଇଜ ଇଣ୍ଡିଆରେ ପଞ୍ଜୀକରଣ କରିବାକୁ ପଡିବ । ଏହାପରେ ଆରମ୍ଭ ହେବ କାମ । ଯଦି ଆପଣଙ୍କ ଟାଇପ୍ ସ୍ପିଡ୍ ଗୋଟିଏ ମିନିଟ୍ ଭିତରେ ୨୦ରୁ ୪୦ ଶବ୍ଦ ରହିଛି ତାହେଲେ ପ୍ରତିମାସରେ ୧୦ହଜାର ଟଙ୍କା ରୋଜଗାର କରିବାରିବେ । ଏହି ଡାଟା ଏଂଟ୍ରି ପାଇଁ ଆପଣଙ୍କୁ ରିୱାର୍ଡ ପଏଂଟ୍ ମଧ୍ୟ ମିଳିବ । ଗୋଟିଏ ରିୱାର୍ଡ ଦୁଇ ପଈସା ସହ ସମାନ ।

2ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ପ୍ରୋଜେକ୍ଟରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ସରକାର ଏକ ନୂଆ ସ୍କିମ୍ ଆରମ୍ଭ କରିଛନ୍ତି । ଏହି ସ୍କିମ୍ ଅନୁସାରେ ଅଥରିଟି ୨୫ହଜାର ଟଙ୍କା ପୁରସ୍କାର ରାଶି ଦେଉଛନ୍ତି । ତେବେ ଏହି ରାଶି ସେହିମାନଙ୍କୁ ମିଳିବ ଯିଏ ରୋଡ୍ ପ୍ରୋଜେକ୍ଟରେ ହେଉଥିବା ଦୁର୍ନୀତି ବିଷୟରେ ଜଣାଇବ । ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ଆପଣଙ୍କୁ ରିୱାର୍ଡ ମିଳିବ । ଦୁର୍ନୀତି ମାମଲା ଯେତେ ଗମ୍ଭୀର ହୋଇଥିବ ଆପଣଙ୍କୁ ସେତେ ଅଧିକ ପୁରସ୍କାର ମିଳିବ ।

• ସେହିପରି ଜନଧନ ଖାତା ସହ ମିଳୁଥିବା ରୂପେ ଡେବିଟ୍ କାର୍ଡ ଜରିଆରେ ଯଦିଓ ଆପଣ ରୋଜଗାର କରିପାରିବେନି ହେଲେ ଟଙ୍କା ସଂଚୟ କରିପାରିବେ । ଅନ୍ୟ ଡେବିଟ୍ କାର୍ଡ ପରି ଏଥିରେ ମଧ୍ୟ ରିୱାର୍ଡ ପଏଂଟ୍ ସହ ଅନ୍ୟ ସୁବିଧା ମିଳେ । କିନ୍ତୁ ରୂପେ କାର୍ଡରେ ଯଦି ଆପଣ ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ଏବଂ ଅନ୍ୟ ବିଲ୍ ଭରୁଛନ୍ତି ତେବେ ଆପଣଙ୍କୁ ପ୍ରତ୍ୟେକ ବିଲ୍ ଉପରେ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ ।

• ନିକଟରେ ମୋଦି ‘ମନ୍ କି ବାତ୍’ ରେଡିଓ ପ୍ରୋଗ୍ରାମରେ ଭିମ୍ ଆପ୍ ଏବଂ ଆଧାର ପେ ରେଫରଲ୍ ବିଷୟରେ କହିଥିଲେ । ସେ କହିଥିଲେ ଜଣେ ଅନ୍ୟ ଜଣକୁ ଏହି ଆପ୍ ରେଫର୍ କଲେ ପ୍ରତିଦିନ ୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଯଦି ଆପଣଙ୍କ କହିବା ଦ୍ୱାରା କେହି ଆଧାର ପେ ବ୍ୟବହାର କରେ ତେବେ ଆପଣଙ୍କୁ ୧୦ଟଙ୍କା ଲେଖାଏଁ ମିଳିବ ।