ପ୍ରଥମ ଥର ପାଇଁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ! ରାଷ୍ଟ୍ରପତି ଇବ୍ରାହିମଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେ ମୋଦି ।

91

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି । ଦକ୍ଷିଣ ଏସିଆ ଦେଶ ଭିତରେ ମାଳଦୀପ ଏକମାତ୍ର ଦେଶ ଯେଉଁଠିକୁ ୨୦୧୪ ପରଠାରୁ ମୋଦି ଗସ୍ତ କରିନଥିଲେ । ୨୦୧୫ରେ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତ କରିବାର ଥିଲା । ହେଲେ ସେଠାକାର ସରକାରଙ୍କ ବିରୋଧରେ ପ୍ରଦର୍ଶନ ରାଷ୍ଟପତି ମହମ୍ମଦ ନାଶିଦଙ୍କ ଗିରଫ ହେବା ଦେଖି ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ ମୋଦି ।

ମାଳଦ୍ୱୀପର ପୂର୍ବ ରାଷ୍ଟପତି ଅବଦୁଲ୍ଲା ୟେମିନ ଚୀନ ସପକ୍ଷବାଦୀ ରହିଥିବା ଦୃଷ୍ଟିରୁ ଭାରତ ସହ ମାଳଦ୍ୱୀପର ବୈଦେଶିକ ସଂର୍ପକ ଏତେଟା ଭଲ ରହିନଥିଲା । କିନ୍ତୁ ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଚୀନର ପ୍ରବଳ ବିରୋଧୀ ହୋଇଥିବା ବେଳେ ଜଣେ ଭାରତ ସପକ୍ଷତାବଦୀ ନେତା । ସୋଲିଙ୍କ ଶାସନକାଳରେ ଭାରତ ସହ ମାଳଦ୍ୱୀପର ବୈଦେଶିକ ନୀତିରେ ସୁଧାର ଘଟିବା ସହ ଉଭୟ ଦେଶ ମଧ୍ୟରେ ସଂପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ।