ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୪ତମ ସିଓଲ ଶାନ୍ତି ପୁରସ୍କାର : ବିଶ୍ୱ ଶାନ୍ତିରେ ଯୋଗଦାନ ପାଇଁ ଦକ୍ଷିଣ କୋରିଆରେ ମିଳିଲା ସମ୍ମାନ

ନମାମି ଗଙ୍ଗେ ଯୋଜନା ପାଇଁ ଦାନ କଲେ ୨ଲକ୍ଷ ଡଲାର ପୁରସ୍କାର ରାଶି

146

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୪ତମ ସିଓଲ ଶାନ୍ତି ପୁରସ୍କାର । ବିଶ୍ୱ ଶାନ୍ତିରେ ଯୋଗଦାନ ପାଇଁ ଦକ୍ଷିଣ କୋରିଆରେ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ । ଏପରି ସମ୍ମାନ ପାଇବାରେ ପିଏମ୍ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ।

୧୯୯୦ ମସିହାରୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏହି ସମ୍ମାନ ପୂର୍ବରୁ ମିଳିତ ଜାତିସଂଘ ମହାସଚିବ କୋଫି ଆନନ, ଜର୍ମାନ ଚାନସେଲର ଆଞ୍ଜେଲା ମୋର୍କେଲ ପରି ବିଶ୍ୱ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଛିା ସମ୍ମାନ ସହିତ ପିଏମ୍ ମୋଦୀଙ୍କୁ ୨ଲକ୍ଷ ଡଲାର ଅର୍ଥ ରାଶି ପ୍ରଦାନ କରାଯାଇଛି । ପିଏମ୍ ମୋଦି ଏହି ପୁରସ୍କାର ରାଶିକୁ ନମାମି ଗଙ୍ଗେ ଯୋଜନାକୁ ଦାନ କରିଛନ୍ତି । ପିଏମଙ୍କ ଏହି ଅର୍ଥ ରାଶି ନମାମୀ ଗଙ୍ଗେରେ ଖର୍ଚ୍ଚ କରାଯିବ । ଏହି ସମ୍ମାନ ପାଇଁ ଚଳିତ ବର୍ଷ ସାରା ବିଶ୍ୱରୁ ୧୩୦୦ ଆବେଦନ ପଡିଥିଲା । ଆୱାର୍ଡ କମିଟି ସେଥିରୁ ପ୍ରଥମେ ୧୫୦ ଆବେଦନକୁ ଅଲଗା କରିବା ପରେ ପିଏମ୍ ମୋଦିଙ୍କୁ ସିଓଲ୍ ଶାନ୍ତି ସମ୍ମାନ ପାଇଁ ଚୟନ କରିଥିଲା ।