ମୋଦିଙ୍କ ମନ୍ କି ବାତ୍! ଖେଳ ଅପେକ୍ଷା ଖେଳୁଆଡ ମନୋବୃତ୍ତି ଭ୍ରାତୃତ୍ୱର ପ୍ରତୀକ, ଜିଏସଟିକୁ ନେଇ ମଧ୍ୟ ମନକଥା କହିଲେ ପ୍ରଧାନମନ୍ତ୍ରୀ ।

23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪୫ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ କରି କ୍ରିକେଟ ଖେଳକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବଖାଣିଛନ୍ତି ନିଜ ମନର କଥା । ଗତକିଛି ଦିନତଳେ ବେଙ୍ଗାଲୁରୁରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଐତିହାସିକ ଟେଷ୍ଟ ମ୍ୟାଚକୁ ନେଇ ପ୍ରଧାନମନ୍ତ୍ରୀ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏବଂ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ମୀଷ୍ଟ୍ରି ସ୍ପିନର ରାଶିଦ ଖାନଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଅଭିନନ୍ଦନ ମନ କି ବାତ୍ ଜରିଆରେ ଜଣାଇଛନ୍ତି । ସବୁଠାରୁ ବଡକଥା ହେଲା ଯେ, ଆଫଗାନିସ୍ତାନର ରାଷ୍ଟ୍ରପତି ଟେଷ୍ଟ ମ୍ୟାଚ ପରେ ମୋଦିଙ୍କୁ ଟ୍ୱିଟରରେ ଟ୍ୟାଗ କରି ଲେଖିଥିବା କେଇ ପଦ କଥା ମୋଦିଙ୍କୁ ଆନନ୍ଦିତ କରିଛି । ଆଫଗାନିସ୍ତାନ ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଥିଲେ ଯେ ମ୍ୟାଚ ଶେଷ ପରେ ବିଜେତା ଭାରତୀୟ ଦଳ ପୁରସ୍କାର ଗ୍ରହଣ କରିବା ସମୟରେ ନିଜର ପ୍ରଥମ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ ଖେଳୁଥିବା ଆଫଗାନିସ୍ତାନ ଦଳ ସହିତ ମିଶି ଟ୍ରଫି ସହ ଫଟୋ ଉଠାଇବା ଘଟଣାକୁ ଭୁରି ଭୁରି ପ୍ରସଂଶା କରିଥିଲେ ଆଫଗାନିସ୍ତାନର ରାଷ୍ଟପତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଖେଳ ଅପେକ୍ଷା ଖେଳୁଆଡ ମନୋବୃତ୍ତି ଭ୍ରାତୃତ୍ୱର ଅନ୍ୟତମ ପ୍ରତୀକ । ଯାହାକି ଆଗକୁ ମଧ୍ୟ ଭାରତ ଏଭଳି ଖେଳୁଆଡ ମନୋବୃତ୍ତି ବଜାୟ ରଖିବ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ ଜିଏସଟିକୁ ଏକ ବର୍ଷ ପୂର୍ଣ୍ଣ ନେଇ ମୋଦି କହିଛନ୍ତି ଦେଶବାସୀଙ୍କ ସ୍ୱପ୍ନ ସାକାର ହୋଇଛି । କାରଣ ‘ୱାନ ନେସନ,ୱାନ ଟ୍ୟାକ୍ସ’ ଦେଶବାସୀଙ୍କ ସ୍ୱପ୍ନ ଥିଲା ଯାହା ଆଜି ପ୍ରକୃତରେ ପୂରଣ ହୋଇଛି । ଏଥିରେ ପ୍ରକୃତ ଶ୍ରେୟ ସମସ୍ତ ରାଜ୍ୟଗୁଡିକୁ ଯିବ କାରଣ, ରାଜ୍ୟଗୁଡିକ ମିଳିମିଶି ଦେଶ ହିତରେ ନିର୍ଣ୍ଣୟ ନେଲେ ଯାହାଦ୍ୱାରା ଦେଶରେ ଏତେ ବଡ ଟ୍ୟାକ୍ସ ରିଫର୍ମ କାର୍ଯ୍ୟକାରୀ ହୋଇପାରିଲା । ଜିଏସଟି ପୂର୍ବରୁ ୧୭ଟି ଭିନ୍ନ ପ୍ରକାର ଟ୍ୟାକ୍ସ ଲାଗୁ ହେଉଥିଲା କିନ୍ତୁ ବର୍ତ୍ତମାନ ଗୋଟିଏ ପ୍ରକାର ଟ୍ୟାକ୍ସ ଦେଶରେ ପ୍ରଚଳିତ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଜି,ଏସ.ଟି ଲାଗୁ ହେବା ଦ୍ୱାରା ଚେକ-ପୋଷ୍ଟ ବ୍ୟବସ୍ଥା ଦୂର ହେବା ସହ ଅନେକ ନୂତନ ବ୍ୟବସ୍ଥା ଦ୍ୱାରା ଦେଶବାସୀଙ୍କୁ ଲାଭ ମିଳିଲା । ଏପରିକି ନମୋ ଆପରେ ଆସିଥିବା ମୋଦିଙ୍କୁ କିଛି ବାର୍ତ୍ତାର ଆଲୋଚନା କରି ପଠାଇଥିବା ବ୍ୟକ୍ତିଙ୍କ ବିଷୟରେ ଦେଶବାସୀଙ୍କୁ ମନ-କି-ବାତ୍ ଜରିଆରେ ଜଣାଇଥିଲେ ମୋଦି ।