କୃଷକଙ୍କ ପାଇଁ ଆଜି ପ୍ରଧାନମନ୍ତ୍ରୀ କରିପାରନ୍ତି ବଡ ଘୋଷଣା । ଦ୍ୱିତୀୟ କାର୍ଯ୍ୟକାଳରେ ଆରମ୍ଭ ହେବ କୃଷକ ମାନଧନ ଯୋଜନା, ପ୍ରତ୍ୟେକ ମାସରେ ମିଳିବ ୩ ହଜାର ଟଙ୍କାର ପେନସନ୍

669

କନକ ବ୍ୟୁରୋ : ଆଜି ଝାଡଖଣ୍ଡରେ ନିର୍ବାଚନ ବିଗୁଲ୍ ଫୁଙ୍କିବେ ପ୍ରଧାନମନ୍ତ୍ରୀ ମୋଦି । ଝାଡଖଣ୍ଡରେ ମିଶନ ୬୫କୁ ନଜରରେ ରଖି କିଛି ବଡଧରଣର ଘୋଷଣା କରିପାରନ୍ତି ମୋଦି । ଖାସ୍ କରି ଏଥିରେ ମୋଦିଙ୍କ ଫୋକସରେ ରହିବେ ଚାଷୀ । ଏହି କ୍ରମରେ ଆଜି ରାଂଚିରେ ମୋଦି କିସାନ୍ ମାନଧନ୍ ଯୋଜନା ସହିତ ଆଉ କିଛି ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବା ସଂଭାବନା ରହିଛି ।

କିଷାନ ମାନଧନ ଯୋଜନାରେ ଚାଷୀଙ୍କୁ ତିନି ହଜାର ଲେଖାଏଁ ପେନସନ୍ ଦିଆଯିବ । ବିହାରରୁ ଅଲଗା ହେବାର ୧୯ ବର୍ଷ ପରେ ଆଜି ଝାଡଖଣ୍ଡକୁ ମିଳୁଛି ନବନିର୍ମିତ ଭବ୍ୟ ବିଧାନସଭା ଭବନ । ଏହାର ଉଦଘାଟନ କରିବେ ମୋଦି । ଏହାସହିତ ଝାଡଖଣ୍ଡ ସଚିବାଳୟ ପାଇଁ ଶିଳନ୍ୟାସ କରିବେ ମୋଦି । ସାହେବଗଂଜରେ ମଲ୍ଟି ମଡେଲ ହବ୍ ର ଉଦଘାଟନ ବି କରିବା କାର୍ଯ୍ୟକ୍ରମ ରହିଛି । ଏହା ଆରମ୍ଭ ହେଲେ ଜଳପଥରେ କମ୍ ଦାମରେ ମାଲ୍ ପରିବହନ ହୋଇପାରିବ । ୨୦୧୪ ବିଧାନସଭାରେ ଝାଡଖଣ୍ଡରେ ବିଜେପି ୩୭ ଆସନ ହାସଲ କରିଥିଲା । ଏଥର ୬୫ ଆସନ ଦଖଲ କରିବା ଯୋଜନା ରଖିଛି ବିଜେପି ।