ଚୌକିଦାରଙ୍କୁ ଡରୁଛନ୍ତି ଚୋର । ରାଫେଲ ପ୍ରସଙ୍ଗରେ ଓଡିଶାରୁ ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍

83

କନକ ବ୍ୟୁରୋ: ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାରିପଦାରେ ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୪୫ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ପରେ ବାରିପଦାର ଛଉ ପଡିଆରେ ଆୟୋଜିତ ଦଳୀୟ ସମାବେଶରେ ସାମିଲ ହୋଇଛନ୍ତି । ଆଉ ଏହି ଅବସରରେ ବିଜେପି ସରକାରର ସଫଳତା ବଖାଣିବା ସହ ବିରୋଧିଙ୍କୁ ସମାଲୋଚନା କରିବାକୁ ବି ଭୁଲି ନାହାନ୍ତି ମୋଦି ।

ବାରିପଦାରେ ଆୟୋଜିତ ବିଶାଳ ଜନ ସମାବେଶ ମଂଚରୁ  ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଓଡିଶା ମାଟିରୁ ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଦେଶର ସବୁଠାରୁ ପୁରୁଣା ଦଳର ନେତା ମତେ କହୁଛନ୍ତି ଆପଣ ଭାରତ ମାତା କି ଜୟ କହି ଭାରତର ବିଭାଜନ କରନ୍ତୁ ନାହିଁ। ଦେଶ ମାତୃକାର ଜୟ କହିବା କିପରି ବିଭାଜନ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବନ୍ଦେ ମାତରଂ ଗାଇବା ଉପରେ ପ୍ରତିବନ୍ଧ ଲଗାଇବା ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଫେଲ୍‌ ପ୍ରସଙ୍ଗ ଓ ଅଗଷ୍ଟା ହେଲିକପ୍ଟର ଦୁର୍ନୀତି କଥା ଉତ୍‌ଥାପନ କରିଥିଲେ। ସେ ଅଗଷ୍ଟା ଦୁର୍ନୀତି ମାମଲାରେ ବିଦେଶରୁ ପ୍ରତ୍ୟାର୍ପିତ ହୋଇଥିବା ଅସ୍ତ୍ର ଦଲଊାଲ୍‌ ମିସେଲ୍‌ ଖୁଲାସା କରିଛନ୍ତି ଯେ ତାଙ୍କର କଂଗ୍ରେସର ଶୀର୍ଷ ନେତା ଓ ମନ୍ତ୍ରୀଙ୍କ ସହ ପରିଚୟ ଥିଲା। ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟରେ କେଉଁ ଫାଇଲ୍‌ କୁଆଡେ ଗଲା ତାହା ପ୍ରଧାନମନ୍ତ୍ରୀ ଜାଣି ପାରୁ ନ ଥିଲେ ହେଁ ସେ ଜାଣିପାରୁ ଥିଲେ। ଏହି ଖୁଲାସା ଏବେ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ତେଣୁ କଂଗ୍ରେସ ଦେଶବାସୀଙ୍କ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛି।

image courtesy – www.republicworld.com

ମୋଦି କହିଥିଲେ ଏମାନଙ୍କ ନିକଟରେ ଦେଶର ସୁରକ୍ଷା ବୈଠକ , ଯେଉଁଥିରେ ଦେଶର ସୁରକ୍ଷା ଏବଂ ଦେଶର ସେନା ଏବଂ ଦେଶର ପାଇଁ ଅସ୍ତ୍ରଶସ୍ତ୍ର କିଣାବିକା ନେଇ ନିଆ ଯାଉଥିବା ବୈଠକର ସମସ୍ତ ସୂଚନା ରହୁଥିଲା । ଆଉ ଏହି ତଥ୍ୟକୁ ସେମାନେ ବିଦେଶରେ ପହଂଚାଉଥିଲେ । ହେଲିକପ୍ଟର କିଣାକୁ ନେଇ ସେତେବେଳେ କେଉଁ ମନ୍ତ୍ରୀ କେଉଁ ନିଷ୍ପତି ନେଉଥିଲେ ତାର ପୂରା ଖବର ବିଦେଶରେ ବହଂଚିଯାଉଥିଲା । ତେବେ ବୁଝାପଡୁନି କି କଂଗ୍ରେସ ସରକାର ଚଲାଇଛନ୍ତି ନା ନିଜ ମିସେଲ ମାମୁଁଙ୍କର ଦରବାର ଚଲାଇଛନ୍ତି ବୋଲି ମୋଦି ବାରିପଦାରେ ଆୟୋଜିତ ଜନ ସମାବେଶରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ।