ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ତାଙ୍କ ପାକିସ୍ତାନୀ ଭଉଣୀ ! କୁହନ୍ତି , ନିଜ ଉପରେ ଗର୍ବ କରୁଛି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଉଣୀ । 

741

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇଭଉଣୀର ଅପୂର୍ବ ବନ୍ଧନକୁ ଦର୍ଶାଉଥିବା ପରବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ନିଜ ଭାଇର ରକ୍ଷା ପାଇଁ ତା’ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭଉଣୀର ଆଜୀବନ ସୁରକ୍ଷାର ଦାୟିତ୍ୱ ଭାଇ ନିଜ ଉପରକୁ ନେଇଥାଏ । ଏଭଳି ଜଣେ ଭଉଣୀ ହେଉଛନ୍ତି କମର୍ ଜହାଁ ଯିଏ ଅହମ୍ମଦାବାଦରୁ ପ୍ର୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଦିଲ୍ଲୀ ଆସିଛନ୍ତି । ଗତ ୨୪ ବର୍ଷ ଧରି ସେ ନିଜ ବଡଭାଇ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଆସୁଛନ୍ତିି ।

ପାକିସ୍ତାନ କରାଚୀରୁ ବହୁ ବର୍ଷ ପୂର୍ବରୁ ଅହମ୍ମଦାବାଦ୍ ଆସି ରହିଥିବା କମର୍ ଜହାଁ କହିଛନ୍ତି ଯେ ଗତ ୨୪ ବର୍ଷର୍ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । କାର୍ଯ୍ୟକାଳରେ ଥିବା ସମୟରୁ ହିଁ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି । କମର୍ କୁହନ୍ତି ଭାଇ ମୋଦି ପ୍ରଥମରୁ ହିଁ ଖୁବ୍ ପରିଶ୍ରମୀ,ସଚ୍ଚୋଟବାଦୀ ଏବଂ କର୍ମ ପ୍ରତି ନିଷ୍ଠାବାନ ଥିଲେ ଯେଉଁଥିପାଇଁ ସେ ଆଜି ଭାରତବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱକୁ ସୂଚାରୁରୂପେ ନିଭାଉଛନ୍ତି । ଜଣେ ଭଉଣୀ ପାଇଁ ସବୁଠାରୁ ସୌଭାଗ୍ୟ କଥା ଆଉ କ’ଣ ହୋଇପାରେ ଯେ ତା’ ଭାଇ ଭାରତର ଜଣେ ପ୍ରଧାନସେବକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ହୋଇଥିବାରୁ ମୁଁ ନିଜ ଉପରେ ଗର୍ବ ଅନୁଭବ କରେ ।

କମର୍ କୁହନ୍ତି , ଭଗବାନଙ୍କୁ ପୂର୍ବରୁ ପ୍ରାର୍ଥନା କରୁଥିଲି ମୋ ଭାଇ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୁଅନ୍ତୁ । ମୁଖ୍ୟମନ୍ତ୍ରୀ ପରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଇଚ୍ଛା ଥିଲା ଏବେ ଯେତେବେଳେ ପ୍ର୍ରଧାନମନ୍ତ୍ରୀ ଆସନରେ ଅଛନ୍ତି ଇଚ୍ଛା କରୁଛି ତାଙ୍କୁ ନୋବେଲ୍ ପୁରଷ୍କାର ସମ୍ମାନରେ ସମ୍ମାନିତ କରାଯାଉ । ସ୍ୱାଧୀନତା ଦିବସ ଏବଂ ରାକ୍ଷୀ ଏକସଙ୍ଗରେ ପଡୁଥିବାରୁ ସେ ଭାଇଙ୍କୁ ରାକ୍ଷୀ ମଧ୍ୟ ବାନ୍ଧିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଭାଷଣ ମଧ୍ୟ ଶୁଣିବେ । ଭାଇ ପାଇଁ କମର୍ ଏକ ସରପ୍ରାଇଜ୍ ଗିଫ୍ଟ ମଧ୍ୟ ଆଣିଛନ୍ତି । ଆତ୍ମହରା ହୋଇ କମର୍ କୁହନ୍ତି ମୋ ଭାଇ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ପାଇଁ ବହୁ ହିତକର ନିଷ୍ପତ୍ତି ନେଇଛନ୍ତି । ମୁସଲିମ୍ ଭଉଣୀମାନଙ୍କ ପାଇଁ ରାକ୍ଷୀ ପୂର୍ବରୁ ତ୍ରିପଲ୍ ତଲାକ୍ ହଟାଇ ତାଙ୍କୁ ବହୁତ ବଡ ଉପହାର ଦେଇଛନ୍ତି । ଅନ୍ୟପକ୍ଷରେ କାଶ୍ମୀରରୁ ୩୭୦ ଏବଂ ୩୫ ଏ ଧାରା ଉଠାଇ କାଶ୍ମୀରବାସୀଙ୍କୁ ସ୍ୱାଧୀନ କରିଛନ୍ତି । ଯାହାର ଫାଇଦା କାଶ୍ମୀରବାସୀ ଆଗାମୀ ସମୟରେ ଜାଣିପାରିବେ । କମର୍ ନିଜ ମା’ ଙ୍କ ସହ କରାଚୀରୁ ଭାରତ ସଂପର୍କୀୟଙ୍କ ଘରକୁ ଆସିଥିଲେ ଏବଂ ଯେବେଠାରୁ ସେ ଭାରତ ଆସିଛନ୍ତି ଆଉ ପଛକୁ ବୁଲି ଦେଖିନାହାନ୍ତି । ମୋ ଭାଗ୍ୟରେ ଭାରତ ଥିଲା । ମୁଁ ନିଜକୁ ସୌଭାଗ୍ୟଶାଳୀ ଭାବେ ଯେ ମୁଁ ପାକିସ୍ତାନରେ ଜନ୍ମ ହୋଇ ମଧ୍ୟ ଭାରତରେ ରହୁଛି । ଭାରତ ମୋତେ ସ୍ୱର୍ଗସୁଖ ଅର୍ପଣ କରିଛି ।