କାଲି ଆଲୋକର ପର୍ବ ଦୀପାବଳି । ସୀମାକୁ ଯାଇ ସେନା ସହ ଦୀପାବଳି ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିୟନ୍ତ୍ରଣ ରେଖାକୁ ଯାଇ ଦୀପାବଳି ପାଳନ କରିପାରନ୍ତି । ପାକିସ୍ତାନ ଓ ଚୀନ୍ ସୀମାକୁ ଲାଗିଥିବା ନିୟନ୍ତ୍ରଣ ରେଖାକୁ ଯାଇ ସେଠାରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି ସୂଚନା ଆସିଛି । ଏହା ସହ ସେ ଜମ୍ମୁ-କଶ୍ମୀରରେ ଥିବା ସେନା ପୋଷ୍ଟକୁ ମଧ୍ୟ ବୁଲି ଯିବେ ବୋଲି ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ଅବସରରେ ନିୟନ୍ତ୍ରଣ ରେଖାରେ ଥିବା ସେନା ପୋଷ୍ଟକୁ ବୁଲିଯିବା ସହ ଯବାନମାନଙ୍କ ଭଲମନ୍ଦ ବୁଝିଥିଲେ । ସେମାନଙ୍କୁ ମିଠା ବାଣ୍ଟି ଦୀପାବଳି ପାଳନ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦୀଜୀ ସେଭଳି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଦୀପାବଳିକୁ ଯବାନମାନଙ୍କ ସହ ପାଳନ କରିବାକୁ ଅଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି । ସବୁ ବର୍ଷ ସେ ଯବାନମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ମନୋବଳ ବଢ଼ାଇଥାନ୍ତି ।