ସିନେମା ପରେ ସିରିଏଲ ହେଲା ବ୍ୟାନ । ମୋଦି ବାୟୋପିକ ପରେ ଏବେ ମୋଦି ୱେବ୍ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ

129

କନକ ବ୍ୟୁରୋ: ସିନେମା ପରେ ଏବେ ବ୍ୟାନ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ୱେବ୍ ଧାରାବାହୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ସିନେମାକୁ ପରଦାକୁ ଆସିବାର ଠିକ୍ ପୂର୍ବରୁ ବ୍ୟାନ କରାଯିବା ପରେ ଏବେ ନିର୍ବାଚନ କମିଶନ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ୱେବ୍ ସିରିଜ Modi-Journey of a Common Man ଉପରେ ବି ଲଗାଇଛନ୍ତି ପ୍ରତିବନ୍ଧକ । ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଇରୋଜ ନାଓକୁ ନିର୍ଦ୍ଦେଶ ଦିଆଯାଇଛି ଏହି ୱେବ୍ ସିରିଜର ସମସ୍ତ ଏପିସୋଡର ସ୍ଟ୍ରିମିଂ ନିଜ ସବୁ ମିଡିୟମରେ ବନ୍ଦ କରିବାକୁ ।

ବଲିଉଡ ଅଭିନେତା ବିବେକ ଓବ୍ରୋୟଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ସିନେମା ତଥା ପିଏମ ନରେନ୍ଦ୍ର ମୋଦିକୁ ନିର୍ବାଚନ ଆୟୋଗ ରିଲିଜର ଠିକ୍ ଗୋଟିଏ ଦିନ ପୂର୍ବରୁ ହିଁ ବ୍ୟାନ କରିଦେଇଛନ୍ତି । ସିନୋମାଟି ଗତ ୧୨ ତାରିଖରେ ପରଦାକୁ ଆସିବାର ଥିଲା । ତେବେ ଔମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ସିନେମା ବିରୋଧରେ ଅଭିଯୋଗ ଆସିଥିଲା କି, ଏହା ଆଚାର ସଂହିତାର ଖୋଲା ଖୋଲି ଉଲ୍ଲଂଘନ କରୁଛି । ସିନେମାଟିକୁ ବ୍ୟାନ କରାଯିବା ପରେ ଏବେ ନିର୍ବାଚନ କମିଶନ ଦୃଷ୍ଟି ମୋଦିଙ୍କ ବାୟୋପିକ ଉପରେ ପଡିଛି ।

ଉଲ୍ଲେଖ ଥାଉ କି, ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୋପିକ ସହିତ ଏଭଳି ଅନେକ ରାଜନୈତିକ ସିନେମାର ରିଲିଜ ଉପରେ ରୋକ୍ ଲଗାଇଛନ୍ତି । ଏଭଳି ସିନେମା ଯାହାର ପ୍ରଭାବ ନିର୍ବାଚନ ଉପରେ ପକାଇପାରେ । ତେବେ ପିଏମ ମୋଦି ବାୟୋପିକ ରିଲିଜ୍ ମାମଲା ଇଲେକ୍ସନ କମିଶନର ନିକଟରେ ହିଁ ଅଟକିଛି । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି କି, ଆୟୋଗ ଫିଲ୍ମକୁ ନେଇ ଗତକାଲି (ଏପ୍ରିଲ ୧୯)ସୁଦ୍ଧା ଏକ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିବାକୁ । କିନ୍ତୁ କୋର୍ଟରେ ଗୁଡ ଫ୍ରାଇଡେ ଛୁଟି କାରଣରୁ ନିର୍ବାଚନ ଆୟୋଗ ନିଜ ରିପୋର୍ଟ କୋର୍ଟରେ ଦାଖଲ କରିପାରିନାହିଁ ।ତେବେ ୨୨ ଏପ୍ରିଲ ଅର୍ଥାତ ସୋମବାର ଦିନ କୋର୍ଟ ମାମଲାର ଶୁଣାଣି କରିବେ ।

ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ସିରିଜର ପାଂଚଟି ଅଧ୍ୟାୟ ଏବେ ପ୍ରସାରିତ ହୋଇସାରିଲାଣି । ଯାହାକୁ ନିର୍ବାଚନ ଅବସରରେ ରିଲିଜ କରିବା ଉପରେ ନିର୍ଦ୍ଦେଶକଙ୍କ କହିବା କଥା ହେଲା, ‘ଏହା ଏକପ୍ରକାରର ସଂଯୋଗ । ଆମେ ସିରିଜ ଉପରେ ୧୧ ମାସ ଧରି କାମ କରିଆସିଛୁ । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଆରମ୍ଭ ହୋଇଥିବା ସିରିଜକୁ ସ୍ଟ୍ରିମ୍ କରିବାରେ ବିଳମ୍ବ ହୋଇଥିଲା । ତେବେ ନିର୍ବାଚନ ମାହାଲରେ ଏହାକୁ ରିଲିଜ କରିବାର ଆମର ସେଭଳି କୌଣସି ଉଦ୍ଦେଶ ନାହିଁ ବୋଲି କହିଛନ୍ତି ୱେବ୍ ସିରିଜର ନିର୍ଦ୍ଦେଶକ ।’