ମୋବାଇଲ ଟର୍ଚ୍ଚ ଲାଇଟରେ ଦେଖିଲେ ଯୁକ୍ତ ଦୁଇ ପରୀକ୍ଷା ଖାତା । ତନାଘନା ପରେ ସିଏଚଏସଇ କହିଲା, ଗାଇଡ୍ଲାଇନରେ ହୋଇଛି ଉଂଲଘନ : ଖାତାର ହେବ ପୁଣିଥରେ ମୂଲ୍ୟାୟନ

ବିଳମ୍ବ ହେବ ଯୁକ୍ତ ଦୁଇ ରେଜଲ୍ଟ

188

କନକ ବ୍ୟୁରୋ : ବିଳମ୍ବ ହେବ ଯୁକ୍ତ ଦୁଇ ରେଜଲ୍ଟ । ପ୍ରତିବର୍ଷ ମେ ମାସ ଦ୍ୱୀତିୟ ଅବା ତୃତୀୟ ସପ୍ତାହରେ ପ୍ରକାଶ ପାଉଥିବା ରେଜଲ୍ଟ ଚଳିତବର୍ଷ ଜୁନ ମାସରେ ପ୍ରକାଶ ପାଇବ । ଚଳିତବର୍ଷ ୩ଲକ୍ଷ ୬୯ହଜାର୫୩୭ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି । ବାତ୍ୟା ଫୋନୀ ପ୍ରଭାବରେ ଖାତା ଦେଖା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଖାତା ମୂଲ୍ୟାୟନ ଲାଗି ଅପ୍ରେଲ ୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୩ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସରିଯାଇଛି କିନ୍ତୁ ଦ୍ୱୀତିୟ ପର୍ଯ୍ୟାୟ ଖଶତା ଦେଖା ଏଯାଏଁ ସରିନାହିଁ । ବାତ୍ୟା ଫୋନୀ ପ୍ରଭାବରେ ଦ୍ୱୀତିୟ ପର୍ଯ୍ୟାୟ ଖାତା ଦେଖା ୪ ରୁ ୫ ଦିନ ଘୁଂଚି ଯାଇଥିଲା । ବାତ୍ୟା ପରେ ଅଧ୍ୟାପକମାନେ ନିୟମିତ ଭାବେ ଖାତା ଦେଖିବାକୁ ଆସୁନଥିବାରୁ ବିଳମ୍ବ ହେଉଛି ବୋଲି କହିଛନ୍ତି ଉପ ପରୀକ୍ଷା ନିୟନ୍ତ୍ରକ ।

ଗତକାଲି ବାରିପଦା ଏମପିସି ଅଟୋନୋମସ କଲେଜରେ ଟର୍ଚ୍ଚ ଲାଇଟରେ ଖାତା ଦେଖା ଘଟଣାରେ ପୁଣି ଥରେ ଖାତା ପୁନଃ ଯାଂଚ କରାଯିବ ବୋଲି ନିର୍ଦ୍ଦେଶ ଦେଇଛି ସିଏଚଏସଇ । ସଂପୃକ୍ତ ଜୋନକୁ ସିଏଚଏସଇ ରିପୋର୍ଟ ତଲବ କରିଛି ସିଏଚଏସଇ । ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବ୍ୟାନ ଥିବାବେଳେ କେଉଁ ପରିସ୍ଥିତିରେ ଅଧ୍ୟାପକମାନେ ହଲ ଭିତରକୁ ଗଲେ, ସେନେଇ ରିପୋର୍ଟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପ ପରୀକ୍ଷା ନିୟନ୍ତ୍ରକ ।

ରାଜ୍ୟରେ ଯୁକ୍ତ ଦୁଇ ଖାତା ଦେଖିବା ନେଇ ୫୮ଟି ମାନୁଆଲ ସେଂଟର ହୋଇଛି ଓ ୩୬ଟି ଇମୂଲ୍ୟାୟନ କେନ୍ଦ୍ର ହୋଇଛି । ବିଦ୍ୟୁତ ଓ ଇଂଟରନେଟ ସଂଯୋଗରେ ହୋଇ ପାରିନଥିବାରୁ ଇ ମୂଲ୍ୟାୟନ କେନ୍ଦ୍ର ଠିକ ଭାବରେ କାର୍ଯ୍ୟ କରିପାରୁନାହିଁ । ଆଗକୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରହିଛି, ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସିଏଚଏସଇ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତୀ ମାନସିକ ଚିନ୍ତାରେ ଅଛନ୍ତି ।