ମାର୍ଚ୍ଚ ୬ରୁ ଆରମ୍ଭ ହେବ ଯୁକ୍ତ ୨ପରୀକ୍ଷା : ଆସନ୍ତା ୧୬ ତାରିଖରୁ ରେଗୁଲାର୍ କୋର୍ସ ପାଇଁ ଫର୍ମ ପୂରଣ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମାର୍ଚ୍ଚ ୬ରୁ ଆରମ୍ଭ ହେଉଛି ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା । ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏଁ ଚାଲିବ ପରୀକ୍ଷା । ଜାନୁୟାରୀ  ୧୮ ରୁ ୨୫ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । ଦିନ ୧୦ଟାରୁ ୧ ଯାଏ ହେବ ପରୀକ୍ଷା । ଯୁକ୍ତ ୨ ପରୀକ୍ଷା ପରିଚାଳନା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଏ ବର୍ଷ ପ୍ରଥମ ଥର ଏଭଳି ଆଗୁଆ ନିଷ୍ପତି ନିଆଯାଇଛି । ରେଗୁଲାର କୋର୍ସ ପାଇଁ ଫର୍ମ ପୂରଣ ଆସନ୍ତା ୧୬ରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଯାଏଁ ଚାଲିବ । ଚଳିତ ବର୍ଷ ଯୁକ୍ତ୨ ପରୀକ୍ଷା ପାଇଁ ପାଖାପାଖି ୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଯେଉଁ ଘରୋଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଭିତିଭୂମି ନଥିବ ସେହି କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ରଦ୍ଦ କରାଯିବ । ଏବଂ ଡିସେମ୍ବର ୧୫ ସୁଦ୍ଧା ଘରୋଇ କଲେଜ କତୃପକ୍ଷ ଏନେଇ ସ୍ପଷ୍ଟ କରିବେ । ମାଓ ଅଧ୍ୟୁଷିତ ଅଂଚଳରେ ପରୀକ୍ଷା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସିଏଚସିଇ ଅଧ୍ୟକ୍ଷ ବାସୁଦେବ ଛୋଟେଇ କହିଛନ୍ତି ।