ଜୁଲାଇ ୫ରେ ଭୁବନେଶ୍ୱରରେ ଏସିଆନ୍ ଆଥଲେଟିକ୍ ମିଟ୍ : କଳିଙ୍ଗ ଷ୍ଟାଡିଅମରେ ଚାଲିଛି ଖେଳାଳିଙ୍କ ଅଭ୍ୟାସ

28

କନକ ବ୍ୟୁରୋ :  ଜୁଲାଇ ୫ରେ ଭୁବନେଶ୍ୱରରେ ଆରମ୍ଭ ହେବ ଏସିଆନ୍ ଆଥଲେଟିକ୍ ମିଟ୍ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ପୂରା ପ୍ରସ୍ତୁତ । ପ୍ରତିଯୋଗିତା ଲାଗି ବିଭିନ୍ନ ଦେଶର ଖେଳାଳି ପ୍ରାୟ ପହଂଚିସାରିଲେଣି । ୧୬ ଜଣିଆ ଭାରତୀୟ ଦଳ ମଧ୍ୟ ଭୁବନେଶ୍ୱରରେ ପଂହଚିସାରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୭ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଜଣ ଆଥଲେଟ୍ ପହଁଚିଛନ୍ତି । କଳିଙ୍ଗ ଷ୍ଟାଡିଅମରେ ଚାଲିଛି ଅଭ୍ୟାସ । ବିଭିନ୍ନ ଦଳର ଆଥଲେଟ୍ ଟ୍ରାକରେ ଝାଳବୁହା ଅଭ୍ୟାସ କରୁଛନ୍ତି । ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖାଯାଇଛି ।

ଦେଖନ୍ତୁ ଏହି ଭିଡିଓ –