ସାବଧାନ! ଆପଣ ବ୍ୟବହାର କରୁଥିବା ପ୍ଳାଷ୍ଟିକ ,ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ପ୍ଲାଷ୍ଟିକ ।ଜାଣନ୍ତୁ ଶରୀର ପାଇଁ କେଉଁ ପ୍ଲାଷ୍ଟିକ ସବୁଠୁ ଅଧିକ ବିପଦ

104

ଏବେ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟାନ କରିବା ପର୍ବ ଆରମ୍ଭ ହୋଇଛି । ଚୀନରେ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗକୁ ବ୍ୟାନ କରିବା ପରେ ଏବେ ପୂରା ବିଶ୍ୱରେ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ଉପରେ ରୋକ ଲଗାଇବାକୁ ଦାବି ଉଠୁଛି । ମଣିଷର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ଲାଷ୍ଟିକର ଆବଶ୍ୟକତା ପଡ଼ୁଛି । ଲଞ୍ଚ ବକ୍ସ, ବ୍ୟାଗ, ପରଦା,ଫର୍ଣ୍ଣିଚର, ଚଷମା, ପାଣି ବୋତଲ, ଗିଲାସ ଭଳି ସମସ୍ତ ସାମଗ୍ରୀ ପ୍ଲାଷ୍ଟିକରେ ତିଆରି ହେଉଛି । ତେବେ ଜାଣି ରଖିବା ଉଚିତ୍ ଯେ, ଏ ସମସ୍ତ ସାମଗ୍ରୀରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଅଲଗା ଅଲଗା ପ୍ରକାରର ହୋଇଥାଏ ଓ ଏହାର ପ୍ରଭାବ ମଧ୍ୟ ଭିନ୍ନ ହୋଇଥାଏ । ଏବେ ଦୁନିଆରେ ୭ ପ୍ରକାର ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ସମସ୍ତ ପ୍ଲାଷ୍ଟିକ ପାଇଁ ଭିନ୍ନ ଭିନ୍ନ କୋର୍ଡ଼ ଦିଆଯାଇଥାଏ ।ଯାହାଦ୍ୱାରା ଏହାକୁ ଚିହ୍ନଟ କରାଯାଇଥାଏ ।ପ୍ଲାଷ୍ଟିକର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏକଥା ସତ । କିନ୍ତୁ ୭ ପ୍ରକାର ପ୍ଲାଷ୍ଟିକ ମଧ୍ୟରୁ କେଉଁ ପ୍ଲାଷ୍ଟିକ ଅଧିକ କ୍ଷତିକାରକ ତାହା ଆସନ୍ତୁ ଜାଣିବା ।

ପ୍ଲାଷ୍ଟିକରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର କମ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଯଦି ପ୍ଲାଷ୍ଟିକର ବ୍ୟବହାର ଆପଣଙ୍କ ପାଇଁ ଜରୁରୀ ଥାଏ ତେବେ ଏମିତି ପ୍ଲାଷ୍ଟିକର ବ୍ୟବହାର ଉପଯୋଗ କରନ୍ତୁ ଯାହା ଅନ୍ୟ ପ୍ଲାଷ୍ଟିକ ଅପେକ୍ଷା କମ ବିଷାକ୍ତ । ସାଧାରଣତଃ ୨,୪,୫ କୋଡ଼ର ପ୍ଲାଷ୍ଟିକ ୧,୩,୬ ଓ ୭ କୋଡ଼ ପ୍ଲାଷ୍ଟିକ ଠାରୁ ଅଧିକ ଭଲ ।

କୋଡ଼-୧ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ପଲିଏଥିଲିନ ଟେରାପଥଲେଟ ରହିଥାଏ । ପଲିଷ୍ଟର କପଡ଼ା, ବୋତଲ, ଜୁସ ବୋତଲ, ଟୁଥବ୍ରସ ଆଦି ସାମଗ୍ରୀ ଏହି ଧରଣର ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହି ଧରଣର ପ୍ଲାଷ୍ଟିକରେ ଆଣ୍ଟିମୋନି ଟ୍ରାଇ ଅକ୍ସଆଇଡ଼ ଓ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ । ଆଣ୍ଟିମୋନି ଟ୍ରାଇ ଅକ୍ସଆଇଡ ଯୋଗୁଁ କ୍ୟାନସର ଭଳି ଭୟଙ୍କର ରୋଗର ବିପଦ ରହିଥାଏ । ଏହାଛଡ଼ା ଚର୍ମ ରୋଗ ଓ ଗର୍ଭଧାରଣ ସମୟରେ ମଧ୍ୟ ଅସୁବିଧା ସୃଷ୍ଟି କରିଥାଏ ।

କୋଡ-୨ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ଉଚ୍ଚ ଘନତ୍ୱର ପ୍ଲାଷ୍ଟିକ ମିଳିଥାଏ । କ୍ଷୀର,ଜୁସ, ସାମ୍ପୋ ଓ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯାଉଥିବା ବୋତଲ କୋଡ଼-୨ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହାକୁ କମ ବ୍ୟବହାର କରାଯାଉଥିବାରୁ ଏହା ଶରୀର ପାଇଁ ଏତେ ମାରାତ୍ମକ ନୁହେଁ ।

କୋଡ଼-୩ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିଭିନାଇଲ କ୍ଲୋରାଇଡ଼ ଭରି ରହିଥାଏ । ଶିଶୁଙ୍କ ଖେଳନା, କାର୍ପେଟର ତଳସ୍ତର, ଝରକାର ଫ୍ରେମରେ ଏହି ଧରଣର ପ୍ଲାଷ୍ଟିକ ବ୍ୟବହାର କରାଯାଇଥାଏ । ଯଦି ଆପଣ ଏହି ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଧରଣର ପ୍ଲାଷ୍ଟିକ ସବୁଠୁ ଅଧିକ ସାଂଘାତିକ । ଏଥିରେ ବିପିଏ, ମରକ୍ୟୁରୀ, ଡାଇଅକ୍ସନି, କେଡ଼ା ମିୟମ ଭରି ରହିଥାଏ । ଏହାଦ୍ୱାରା ଶ୍ୱାସ ରୋଗ ଦେଖା ଦେଇଥାଏ । ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାର ଆଲର୍ଜି ଏହି ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ହୋଇଥାଏ । ଏହାଛଡ଼ା ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଏହି ଧରଣର ପ୍ଲାଷ୍ଟିକର ବ୍ୟବହାର ଫଳରେ କ୍ୟାନସର ସମ୍ଭାବନା ଅଧିକ ରହିଥାଏ । ଖାସକରି ଏହି ଧରଣର ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ସ୍ତନ କର୍ଳଟର ଆଶଙ୍କା ଦେଖା ଦେଇଥାଏ ।

କୋଡ-୪ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ଡେନସିଟି ପଲିଥିନ ବା ଏଲଡିପିଇ ରହିଥାଏ । ପଲି ବ୍ୟାଗ, ବ୍ରେଡ, ତାର ପାଇଁ ବ୍ୟବହାର ହେଉଥିବା କେବୁଲ, ଖାଦ୍ୟ ରଖିବା ପାଇଁ ଦରକାର ହେଉଥିବା ଡ଼ବା ଗୁଡ଼ିକ କୋଡ଼-୪ ପ୍ଲାଷ୍ଟିକ ମଧ୍ୟରେ ଆସୁଛି । ଅନ୍ୟ ପ୍ଲାଷ୍ଟିକ ତୁଳନାରେ ଏହି ପ୍ଲାଷ୍ଟିକର ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କମ ବିପଦ ରହିଥାଏ ।

କୋଡ-୫ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିପ୍ରୋପଲିନ ଭରପୁର ମାତ୍ରାରେ ରହିଥାଏ । ଏହି ପ୍ଲାଷ୍ଟିକ ଶିଶୁ ମାନଙ୍କର ଡାଇପର, ସାନିଟାରୀ ନାପକିନ, ଶିଶୁଙ୍କ ବୋତଲ, ଷ୍ଟ୍ର, ଦହି ବୋତଲକୁ ଢାଙ୍କିବା ବ୍ୟବହାର କରାଯାଇଥାଏ । ଏହି ପ୍ଲାଷ୍ଟିକ ଏତେଟା ବିଷାକ୍ତ ହୋଇନଥିଲେ ମଧ୍ୟ ଏହାଦ୍ୱାରା ଶ୍ୱାସ ରୋଗର ସମ୍ଭାବନା ରହିଥାଏ ।

କୋଡ -୬ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିଷ୍ଟିରିନ ରହିଥାଏ । ଏହି ପ୍ଲାଷ୍ଟିକର ପ୍ରଭାବ ଶିରା ପ୍ରଶିରା ଓ ମସ୍ତିଷ୍କ ଉପରେ ପଡ଼ିଥାଏ । ପଶୁ ମାନଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, କୋଡ-୬ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ଫୁସଫୁସ, ଯକୃତରେ ସମସ୍ୟା ଦେଖା ଦେଇଥାଏ ।

କୋଡ-୭ ପ୍ଲାଷ୍ଟିକ : କୋଡ଼ ୭ ପ୍ଲାଷ୍ଟିକରେ ପଲି କାର୍ବୋନେଟ ମହଜୁଦ ରହିଥାଏ । ପାଣି ବୋତଲ, ପାଣି ନେବା ଆଣିବା କରିବା ପାଇଁ ବ୍ୟବହୃତ ହେଉଥିବା କଣ୍ଟେନର, ଶିଶୁଙ୍କ ବୋତଲ, କପ, ଜୁସ କଣ୍ଟେନର, ଚଷମାର ଲେନ୍ସ, ସିଡ଼ି, ଡିଭିଡି ଭଳି ବିଭିନ୍ନ ସାମଗ୍ରୀ କୋଡ-୭ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହି ପ୍ଲାଷ୍ଟିକର ବ୍ୟବହାର ଫଳରେ ଏଷ୍ଟ୍ରୋଜେନ ହରମୋନରେ ଅସୁବିଧା ସୃଷ୍ଟି କରିଥାଏ । ଏପରିକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମଜୋର କରିଥାଏ ଏହି ପ୍ଲାଷ୍ଟିକ । ଡାଇବେଟିସ, ମୋଟାପଣ, ସ୍ତନ କର୍କଟ, ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ଏହି ପ୍ଲାଷ୍ଟିକର ବ୍ୟବହାର କରିବା ଦô୍ାରା ବଢି ଯାଇଥାଏ ।