ଯାଂଚ ହେବ ନକଲି ଅଣ୍ଡା ! ଅଭିଯୋଗ ପରେ ତତ୍ପର ରାଜ୍ୟ ସରକାର

24

କନକ ବ୍ୟୁରୋ : ଓଡ଼ିଶାରେ କେମିକାଲ ଯୁକ୍ତ ଅଣ୍ଡା ବା ନକଲି ଅଣ୍ଡାର ସନ୍ଦେହ ଘନିଭୂତ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟ ଫୁଡ୍ ସେଫଟି କମିଶନର ଅଣ୍ଡାର ଫଣ୍ଡା ଜାଣିବା ପାଇଁ ସମସ୍ତ ଜିଲ୍ଲାକୁ ଯାଂଚ୍ ପାଇଁ ଚିଠି ଲେଖିଛନ୍ତି । ଅନୁରୁପ ଭାବରେ ରାଜ୍ୟ ଫୁଡ୍ କମିଶନ ସଦସ୍ୟା ଘଟଣାର ଚେର ଯାଏଁ ପହଂଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ନକଲି ଅଣ୍ଡା ଖବର ସାମ୍ନାକୁ ଆସିଥିବା ପରେ କନକ ନ୍ୟଜର ଅନୁସନ୍ଧାନ ଟିମର ସାମ୍ନାକୁ ଆସିଥିଲା ଭୁବନେଶ୍ୱରରେ ନକଲି ଅଣ୍ଡାର ଅଭିଯୋଗ ।