ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା ରୋକ ! ଓଡିଶାରେ କେବେ ?

46

ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇଲେ ରାଜ୍ୟ ସରକାର । ଗତ ଶୁକ୍ରବାର ଦିନ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଦ୍ଧ କରିବାର ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ନିେର୍ଦ୍ଦେଶ ଅନୁସାରେ ଜୁଲାଇ ୧୫ ତାରିଖ ଠାରୁ ଶହରର ପ୍ରତ୍ୟକଟି ଅଞ୍ଚଳରେ ପଲଥିନ ବ୍ୟବହାର ନକରିବା ପାଇଁ ଆଦେଶ ଜାରି କରାଯାଇଛି । ଶହିଦ ପଥ ସ୍ଥିତ ଏକ ସ୍ଥାନୀୟ ଅଞ୍ଚଳରେ ନିର୍ଦ୍ଦେଶାଳୟ ତରଫରୁ ଆୟୋଜିତ କରାଯାଇଥିବା ସମାରୋହରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଏବେ ରାଜ୍ୟର ପ୍ରତ୍ୟକଟି ଅଞ୍ଚଳରେ ପ୍ଲାଷ୍ଟିକକୁ ବ୍ୟାନ କରାଯିବା କଥା । କିନ୍ତୁ ଏହାକୁ ପ୍ରଥମ ଚରଣରେ ଶହର ଅଞ୍ଚଳରେ ନିଷେଧ କରାଯାଇଛି ।

ଏହା ପୂର୍ବରୁ ସିଏମ ଯୋଗୀ ଅନେକ ଥର ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା କଥା କହିଥିଲେ କିନ୍ତୁ ଶହରି ଅଞ୍ଚଳ ଗୁଡିକରେ ପଲଥିନକୁ ନିଷେଧ କରିବାର କୌଣସି ନିୟମ ନଥିବାରୁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଏବେ କ୍ୟାବିନେଟ ପ୍ଲାଷ୍ଟିକ ବ୍ୟାନ କରିବାର ପଲିସିକୁ ମଞ୍ଜୁରୀ ଦେବା ପରେ ରାଜ୍ୟ ସରକାର ଦ୍ୱାରା ଶହରାଞ୍ଚଳରେ ପଲଥିନ ଉପରେ ରୋକ ଲଗାଗଲା । କ୍ୟାବିନେଟ ଦ୍ୱାରା ପାସ କରାଯାଇଥିବା ପଲିସିର ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନକୁ ଉଲଙ୍ଘନ କରି ପଲଥିନ ବ୍ୟବହା କରେ ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯିବ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ପ୍ଲାଷ୍ଟିକୁ ବ୍ୟାନ କରାଯାଇଛି । ଏବେ ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା । କିନ୍ତୁ ପ୍ରଶ୍ନ ଉଠୁଛି ଓଡିଶା କଣ ପ୍ଲାଷ୍ଟିକ ଦ୍ୱାରା ପ୍ରଭାବିତ ହେଉନାହିଁ ? ପ୍ରତି ବର୍ଷ କୁଢ କୁଢ ପ୍ଲାଷ୍ଟିକ ଓଡିଶାରେ ଗଦା ହେଉଛି । ପ୍ରତିଟି ଅଞ୍ଚଳରେ ପଲଥିନ ଏବଂ ପ୍ଲାଷ୍ଟିକ ଜାତୀୟ ଅନ୍ୟାନ୍ୟ ପଦାର୍ଥ ବ୍ୟବାହାର ବିପୁଳ ପରିମାଣରେ ହେଉଛି । ପ୍ଲାଷ୍ଟିକ କାରଣରୁ ରାସ୍ତା କଡରେ ଥିବା ଡ୍ରେନ ଜାମ ହୋଇଯାଉଛି । ଯାହା ଫଳରେ ବର୍ଷାଦିନେ ପାଣି ଡ୍ରେନରେ ପାସ ନକରି ରାସ୍ତା ଉପରେ ଯମା ହୋଇ ରହୁଛି । ଅନେକ କ୍ଷୟକ୍ଷତି କେବଳ ପ୍ଲାଷ୍ଟିକ କାରଣରୁ ହେଉଛି । କିନ୍ତୁ ଏଯାଏ ପ୍ରସାସନ ପ୍ଲାଷ୍ଟିକ ବ୍ୟବାହାର ଉପରେ କୌଣସି ପଦକ୍ଷପ ଗ୍ରହଣ କରିନାହାଁନ୍ତି । ଯଦି ୟୁପି ଏବଂ ମହାରାଷ୍ଟ୍ର ଭଳି ଓଡିଶାରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ରାଜ୍ୟର ପରିସ୍ଥିତି ସୁଦୁରି ପାରିବ ବୋଲି ଆଶା କରାଯାଉଛି ।