ଦ୍ୱି-ପାକ୍ଷିକ ଉତ୍ତେଜନା ମଧ୍ୟରେ ଭାରତକୁ ଚୀନ ସେନାର ଧମକ ! ଯେକୌଣସି ସ୍ଥିତିରେ କରାଯିବ ସାର୍ବଭୌମତ୍ୱର ସୁରକ୍ଷା

19

କନକ ବ୍ୟୁରୋ: ସିକ୍କିମର ଡୋକଲାମରେ ଉତ୍ତେଜନା ମଧ୍ୟରେ ଆଜି ଭାରତକୁ ପୁଣି ଧମକ ଦେଇଛି ଚୀନ ସେନା । ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାହା ବି କରାଯିବ ବୋଲି ଚୀନ ସେନା କହିଛି । ଏହାସହ ଡୋକଲାମରୁ ଭାରତ ସେନା ହଟାଇବାକୁ ବି ଦାବି କରିଛି । ଅଗଷ୍ଟ ପହିଲାରେ ଚୀନର ପିପୁଲସ ଲିବରେସନ ଆର୍ମି, ପିଏଲଏର ୯୦ ବର୍ଷ ପୂର୍ତ୍ତି ହେଉଛି । ଏହା ପୂର୍ବରୁ ଏଭଳି କଡା ସନ୍ଦେଶ ଦେଇଛି ଚୀନ ।

ପିଏଲଏ ପକ୍ଷରୁ ଆହୁରି କୁହାଯାଇଛି ଯେ, ଡୋକଲାମରେ ଚୀନ ସେନା ମୁତୟନକୁ ବଢାଯିବ । ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣେଲ ବୁ କିଆନ କହିଛନ୍ତି ଯେ, ୯୦ ବର୍ଷ ଧରି ପିଏଲଏ କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଦୃଢ ସଂକଳ୍ପର ସହ କାମ କରିଆସିଛି । ଆଉ ଏହାର ଜବାବରେ ଡୋକଲାମରେ ଚୀନ ଅଧିକ ସେନା ମୁତୟନ କରିବ । ଏହାସହ ବେଜିଂ ଦାବି କରିଛ ଭାରତର ଚୀନ ଅଂଚଳରେ ଅନୁପ୍ରବେଶ ଅନ୍ତର୍ଜୀତୀୟ ନିୟମର ଉଲ୍ଲଙ୍ଘନ କରୁଛି । ଏଣୁ ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାହା ବି କରାଯିବ ।