କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ୱ ରହିଛି । ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହୁଏ ଏବଂ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି । ଏହି ପର୍ବକୁ ଭିନ୍ନ ଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାଁରେ ପାଳନ କରିଥାନ୍ତି । ଓଡିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଜଣାଶୁଣା । ମକର ସଂକ୍ରାନ୍ତି ଉତ୍ତର ଓଡିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ।
ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ବିଶେଷକରି ଆଦିବାସୀ ସମ୍ପ୍ରଦାୟ ଏହି ପର୍ବକୁ ଅତି ଆନନ୍ଦଉଲ୍ଲାସର ସହିତ ପାଳି ଥାନ୍ତି । ଏହି ସମ୍ପ୍ରଦାୟରେ ମକର ସଂକ୍ରାନ୍ତି ନୂଆ ବର୍ଷ । ମକର ବୁଡ ପକାଇ ନବବସ୍ତ୍ର ପରିଧାନ ଓ ପିଠାପଣା ଖାଇ ସମସ୍ତେ ମଉଜରେ ମାତନ୍ତି । ସାନ୍ତାଳ ସମ୍ପ୍ରଦାୟରେ ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ ସହିତ ଶୁଦ୍ଧିକ୍ରିୟା ସମ୍ପନ୍ନ କରାଯାଏ । ଏହା ଦାମୋଦର ଯାତ୍ରା ଭାବେ ନାମିତ । ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତ ପାଇଁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଜୀଉଙ୍କୁ ଆଜି ନୂଆ ଲୁଗା ଲାଗି ହେବା ସହ ମକର ବେଶ କରାଯିବ ।
ସେପଟେ, ମକର ସଂକ୍ରାନ୍ତି ପାଇଁ ବୁଡ ପକାଇବାକୁ ଆହ୍ଲାବାଦ ପ୍ରୟାଗରାଜରେ ଭିଡ ଜମିଛି । ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ବୁଡ ପକାଇଛନ୍ତି । ବିଶ୍ୱାସ ରହିଛି ଏହି ଦିନରେ ଗଙ୍ଗାରେ ବୁଡ ପକାଇଲେ ମୋକ୍ଷପ୍ରାପ୍ତି ଓ ଦାରିଦ୍ର୍ୟରୁ ମୁକ୍ତି ମିଳିଥାଏ । ଏଠି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/MAKARA-1.jpg)
/kanak/media/post_attachments/wp-content/uploads/2019/01/vlcsnap-2019-01-14-08h09m06s627-300x170.png)
/kanak/media/post_attachments/wp-content/uploads/2019/01/Kumbh-Mela-Prayagraj-One-of-the-most-euphoric-religious-events-in-India-1-1024x495-300x145.jpg)