କୋଷ୍ଠକାଠିନ୍ୟ ଏବଂ ଅର୍ଶ ଭଳି ଗମ୍ଭୀର ସମସ୍ୟା ପାଇଁ ରାମବାଣ ହେଉଛି ଏହି ଗଛର ଫଳ ! ମାତ୍ର ୧୦ ଦିନ ବ୍ୟବହାର କରିବା ପରେ ନିଜେ ଜାଣିପାରିବେ ଫରକ ।

961

ନିତିଦିନିଆ ଜୀବନଚର୍ଯ୍ୟା ଏବଂ ଅନିୟମିତ ଖାଦ୍ୟ କାରଣରୁ ନାନାଦି ପ୍ରକାରର ରୋଗ ଶରୀରକୁ କବଳିତ କରିଥାଏ । ଅନ୍ୟପକ୍ଷରେ ପେଟ ସମସ୍ୟା ଯୋଗୁଁ ଅନେକ ରୋଗ କଷ୍ଟ ପାଉଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ଠାରେ କୋଷ୍ଠକାଠିନ୍ୟ ଏବଂ ମଳକଣ୍ଟକ ଭଳି ଅସୁବିଧା ମଧ୍ୟ ଦେଖାଦେଉଛି । ଯାହା ଧିରେ ଧିରେ ଅତି ଗମ୍ଭୀର ସମସ୍ୟାର ରୁପ ମଧ୍ୟ ନେଇଥାଏ । ଏଭଳି ସ୍ଥିତିରେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ କିଛି ଆୟୁର୍ବେଦିକ ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି । ତେବେ ଏହି ସମସ୍ୟା ପାଇଁ ଏଭଳି ଏକ ଫଳ ରହିଛି ଯାହାକୁ ଆପଣ ବ୍ୟବହାର କରି ଉପଯୋଗ ମଧ୍ୟ କରିପାରିବେ ।

କୋଷ୍ଠକାଠିନ୍ୟ ପାଇଁ ତ ଅନେକ ଚୁର୍ଣ୍ଣ ଏବଂ ମେଡିସିନ୍ ରହିଛି କିନ୍ତୁ ଏହାର ଚିକିତ୍ସା ପାଇଁ ଖୁବ୍ ଖର୍ଚ୍ଚାନ୍ତ ହେବାକୁ ପଡେ । ଏହି ଫଳ ନା କେବଳ କୋଷ୍ଠକାଠିନ୍ୟକୁ ଦୂର କରେ ପୁନଶ୍ଚ ଏହି ରୋଗ ଜନ୍ମ କରିବାକୁ ମଧ୍ୟ ରୋକିଥାଏ । ଜାମୁକୋଳୀ ତ ଆପଣ ନିଶ୍ଚୟ ଖାଇଥିବେ । ଏଥିରୁ ଏକ ମଞ୍ଜି ବାହାରିଥାଏ । ବେକାର ଭାବୁଥିବା ଏହି ମଞ୍ଜି ଏବଂ ଆମ୍ବ ଟାକୁଆ ମଧ୍ୟ ଏହି ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ ।

କୋଷ୍ଠକାଠିନ୍ୟରେ ପୀଡିତ ଥିବା ବ୍ୟକ୍ତି ଆମ୍ବ ଟାକୁଆ ଏବଂ ଜାମୁକୋଳୀ ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରି ୧୦ ଦିନ ପର୍ଯ୍ୟନ୍ତ ହାଲୁକା ଗରମ ପାଣିରେ ଚହ୍ଲା ସହ ମିଶାଇ ପିଅନ୍ତୁ । ଏହା କରିବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ଦୂର ହେବା ସହ ଅର୍ଶ ସମସ୍ୟା ମଧ୍ୟ ବନ୍ଦ ହେବ । କେବଳ ଏତିକି ନୁହଁ ଜାମୁକୋଳୀ ଛାଲ ମଧ୍ୟ ବହୁ ଉପକାରୀ । ଏହାର ଛାଲକୁ ବାହାର କରି ୧୦ ଗ୍ରାମ୍ ରସରେ ମହୁ ମିଶାଇ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା ଅର୍ଶ ରୋଗ ଠିକ୍ ହୋଇଥାଏ । ଏହାର ରସକୁ କ୍ଷୀର ସହ ପିଇବାର ଭୁଲ୍ ଆଦୌ କରିବେ ନାହିଁ ।