କେରଳ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ । ଗୋଡରେ ଚେକ୍ ବଢାଇ ରିଲିଫ ପାଣ୍ଠିକୁ କଲେ ଦାନ, ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ

279

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ । ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ଦାନ କରିଛନ୍ତି । ତେବେ ଟଙ୍କା ନେଇ ନୁହେଁ ବରଂ ଅଧିକ ଚର୍ଚ୍ଚା ହୋଇଛି ଗୋଡରେ ଦାନ ବବାଦ ଚେକକୁ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ବଢାଇ ଦେଉଥିବାର ଫଟୋଚିତ୍ର । ମୁଖ୍ୟମନ୍ତ୍ରୀ ନିଜେ ଏହି ଫଟୋକୁ ଟ୍ୱିଟ କରିଛନ୍ତି ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ପ୍ରଣବଙ୍କ ଗତକାଲି ଥିଲା ୨୧ତମ ଜନ୍ମଦିବସ ।

ଆଉ ସେ ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପ୍ରଣବଙ୍କ ସହ ସାକ୍ଷାତ ଓ ତାଙ୍କ ରିଲିଫ ପାଣ୍ଠି ଦାନକୁ ଟ୍ୱିଟ କରି ଜଣାଇଛନ୍ତି । ଏଥିସହିତ କିଛି ଫଟୋଚିତ୍ର ବି ସଲଗ୍ନ କରାଯାଇଛି । ଏଥିରେ ପ୍ରଣବ ମୁଖ୍ୟମନ୍ତ୍ରୀଙ୍କୁ ଗୋଡରେ ଚେକ ବଢାଉଛନ୍ତି ଓ ଗୋଡରେ ସେଲଫି ନେଉଛନ୍ତି ।