ସ୍ମୃତିରୁ ସଂଘର୍ଷ ଯାଏ …! ଫଟୋ ଆଲବମରେ ଆପଣଙ୍କ ଅତୀତକୁ ସାଇତି ରଖିଥିବା ଏହି ବ୍ୟକ୍ତିମାନେ ନିଜ ଭବିଷ୍ୟତ ନେଇ ସନ୍ଦିହାନ

85

ସଙ୍କଟରେ ଭବିଷ୍ୟତ,ବନ୍ଧାପଡିଛି ଭାଗ୍ୟ । ନାଁ ବାଟ ବଦଳାଇବାର ବୟସ ଅଛି, ନାଁ ଆଉ କିଛି କରିବାକୁ ପରିବାରର ଅଛି ସକ୍ଷମ । ଭାଗ୍ୟ ଓ ଭଗବାନଙ୍କ ଭରସାରେ ପଡିରହିଛନ୍ତି ସମସ୍ତଙ୍କ ଖୁସିର ଅଭୁଲା ମୁହୁର୍ତ୍ତକୁ କ୍ୟାମେରାରେ ସୁଟ କରୁଥିବା ଫଟୋଗ୍ରାଫରମାନେ । ଅନେକ ଅପରିଚିତ ବ୍ୟକ୍ତିଙ୍କ ଫଟୋକୁ ନିଜ କ୍ୟାମାରାର ଲେନ୍ସରେ କଏଦ କରି ସାରାଜୀବନ ଖୁସି ବାଂଟୁଥିବା ବ୍ୟକ୍ତି ଆଜି ନିଜ ଜୀବନ ଜୀବିକା ପାଇଁ କରୁଛି ସଂଘର୍ଷ ଓ ସଂଗ୍ରାମ । ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଭାବନାରେ ଆସିଲା ପରିବର୍ତନ । କିନ୍ତୁ ସେହି ଅପରିଚିତ ବ୍ୟକ୍ତିମାନେ ଜାଣିନଥିଲେ ଯେ ତାଙ୍କ ପାଇଁ ପ୍ରଭାବିତ ହେବେ ଅନେକ ଫଟୋଗ୍ରାଫର ଆଉ ତାଙ୍କ ପରିବାର ସହ ପିଲାଛୁଆ । ନିଜ ପିଲାଙ୍କ ପାଇଁ ସୁନେଲୀ ଭବିଷ୍ୟତ ଦେଖିଥିବା ଏହି ଫଟୋଗ୍ରାଫରମାନଙ୍କ ଜୀବନ ଲେନସରେ ମାଡିଗଲା କଳାବାଦଲ । ପାଣିଫୋଟକା ଭଳି ମିଳେଇଗଲା ସେମାନଙ୍କ ସ୍ୱପ୍ନ । ଆଉ ସେହି ପୁରୁଣାଦିନର ଅଭୁଲା ସ୍ମୃତିକୁ ସାଉଁଟିବା ପାଇଁ ଏବେ ବି ଗେଟ ୱେ ଅଫ ଇଣ୍ଡିଆ ନିିକଟରେ ଅପେକ୍ଷା କରୁଛନ୍ତି ଶହ ଶହ ଫଟୋଗ୍ରାଫର ।

ଭାରତର ‘ଗେଟ ୱେ ଅଫ ଇଣ୍ଡିଆ’ କେବଳ ଏକ ସ୍ମାରକୀ ନୁହେ, ବରଂ ପ୍ରତି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ । ଅନେକ ଇତିହାସର ମୂକ ସାକ୍ଷୀ । ଭାରତର ଅନେକ ଘଟଣା ଓ ଦୁର୍ଘଟଣା, ଯାହା ଛାତିରେ ଲିପିବଦ୍ଧ । ଦିନ ଥିଲା ଭାରତର କୋଣଅନୁକୋଣର ଅନେକ ଲୋକଙ୍କ ପାଇଁ ବଂଚିବାର ରାହା ଦେଇଥିଲା ଏହି ସ୍ମାରକୀ । ଅନେକ ଲୋକଙ୍କ ପାଇଁ ଜୀବନଧାରଣର ମାଧ୍ୟମ ପାଲଟିଥିଲା । ଆଉ ସେଥିପାଇଁ ଅନେକ ଲୋକ ଏଇଠି ଆରମ୍ଭ କରିଥିଲେ ନିଜର ପେଷା । ଆରମ୍ଭ କରିଥିଲେ ‘ଫଟୋଗ୍ରାଫର’ କ୍ୟାରିୟର ।

ଆଉ ଆଜି ‘ଗେଟ ୱେ ଅଫ ଇଣ୍ଡିଆ’ ନିକଟରେ ଅନେକ ଅପରିଚିତ ଚେହେରାର ସ୍ମରଣୀୟ ମୁହୁର୍ତ୍ତକୁ କ୍ୟାମେରା ଲେନସରେ ରଖୁଥିବା ଫଟୋଗ୍ରାଫର ଆଜି ନିଜ ପେଶା ପାଇଁ ସଂଘର୍ଷ କରିବାକୁ ପଡୁଛି । ଦିନେ ସେ ଥିଲେ ସୁପ୍ରସିଦ୍ଧ ଫଟୋଗ୍ରାଫର କିନ୍ତୁ ଆଜି ଜୀବନ ଜୀବିକା ପାଇଁ ଅନେକ ସଂଘର୍ଷ କରୁଛନ୍ତି ।
ପିଲା ଦିନେ ପଙ୍କଜ ଚୌଧୁରୀ ବାପାଙ୍କ ସହ ଗେଟ ୱେ ଅଫ ଇଣ୍ଡିଆ ନିକଟକୁ ଆସିବାକୁ ଜିଦି କରୁଥିଲେ ଆଉ ତାଙ୍କ ବାପା ପୁଅର ଜିଦ ଆଗରେ ହାର ମାନି ବି ତାଙ୍କୁ ନେଇଆସୁଥିଲେ । ଅନେକ ଅପରିଚିତ ଲୋକଙ୍କର ଫଟୋ ଉଠାଇ, ଫଟୋ କପି ଦେଉଥିବା ଦେଖୁଥିଲେ ପଙ୍କଜ । ପିଲାଦିନେ ବାପାଙ୍କୁ ଦେଖି ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଓ ଫଟୋଗ୍ରାଫିକୁ ପେଶା ଭାବେ ଗ୍ରହଣ କରିଥିଲେ । ବାପାଙ୍କ ପେଶାରେ ଅନୁପ୍ରାଣିତ ହୋଇ ପଙ୍କଜ ଫଟୋଗ୍ରାଫିରେ କୋର୍ସ କରିଥିଲେ ।ନିଜର ପିଲାଦିନର ସ୍ମୃତି ମନେପକାଇ ପଙ୍କଜ କହନ୍ତ,” ଏହି ପ୍ରତିକୃତି ନିକଟରେ ଅନେକ ପର୍ଯ୍ୟଟକ ଫଟୋ ଉଠାଇବା ପାଇଁ ଧାଡି ହୋଇ ଠିଆ ହୁଅନ୍ତି ଓ ଫଟୋ ଉଠାଇବାକୁ ଅନୁରୋଧ କରନ୍ତି ।”

୨୭ବର୍ଷିୟ ପଙ୍କଜଙ୍କର ନିଶା, ଯେତେବେଳେ ପେଶାରେ ବଦଳିଗଲା ୨୦୦୦ ମସିହାରେ ସେ ବି ଗେଟ ୱେ ଅଫ ଇଣ୍ଡିଆ ନିକଟକୁ ଆସିଥିଲେ । ସେ ଏବେ ବି ଆଶା କରନ୍ତି ତାଙ୍କ ସାମ୍ନାରେ ସେହିଭଳି ଅପରିଚିତ ଲୋକମାନେ ଆସି ଠିଆ ହୁଅନ୍ତୁ । କିନ୍ତୁ ସେ ଅପରିଚିତ ଲୋକଙ୍କ ନିକଟକୁ ଯିବାବେଳେ ତାଙ୍କ ଭଳି ଅନେକ ଫଟୋଗ୍ରାଫର ପହଂଚିଯାଉଛନ୍ତି । ଯେତେବେଶେ କେହି ଫଟୋ ଉଠାଇବାକୁ ମନାକରିଦିନ୍ତି, ସେତେବେଳେ ମତେ ଖୁବ ଲାଜ ଲାଗେ । ଏପରିକି ତାଙ୍କ ସାଙ୍ଗ ଓ ପରିବାର କେହି ଜାଣିନାହାନ୍ତି ସେ ଏଠାରେ ଦୈନିକ ପାଂଚ ଘଂଟା ପରିଶ୍ରମ କରନ୍ତି । ମୁଁ ଏଠାରେ ଏକ ଇଭେଂଟ କମ୍ପାନୀ ପାଇଁ କାମ କରୁଛି ବୋଲି ସେମାନେ ଭାବନ୍ତି । ଏ ବିଷୟରେ କାହାକୁ କହିବାକୁ ମୁଁ ବି ଚାହେଁ ନାହିଁ ବୋଲି ସେ କହନ୍ତି ।

ଦିନ ଥିଲା ସବୁଠୁ ଅଧିକ ଫଟୋ ଉଠାଉଥିଲେ ପଙ୍କଜ ଆଉ ଆଜି ହାତ ଖାଲି । ଯାହା ମିଳୁଛି ପେଟ ପୁରୁନି । ପରିବାର ଓ ପିଲାଙ୍କ ପାଇଁ ଥିବା ସ୍ୱପ୍ନ କୋଶେ ଦୂରରେ । ୪୦ ବର୍ଷ ପୂର୍ବରୁ ଗେଟ ୱେ ଅଫ ଇଣ୍ଡିଆ ନିକଟରେ ହାତଗଣତି କେତେଜଣ ଫଟୋଗ୍ରାଫର ଥିଲେ ଓ ପର୍ଯ୍ୟଟକମାନେ ଫଟୋ ଉଠାଇବାକୁ ଅନୁରୋଧ କରୁଥିଲେ । ୧୯୯୦ ମସିହା ପରଠାରୁ ମୁମ୍ବାଇର ସବୁଠାରୁ ଆକର୍ଷଣୀୟ ଏହି ପର୍ଯ୍ୟଟନସ୍ଥଳୀରେ ଫଟୋଗ୍ରାଫିକୁ ନେଇ ଆଉ ଜୀବନ ବଂଚାଇବା ସମ୍ଭବ ହେଉନାହିଁ ।

ବରିଷ୍ଠ ଫଟୋଗ୍ରାଫର ତଥା ଗେଟ ୱେ ୱେଲଫେୟାର ଆସୋସିଏସନର ସଭାପତି ଶିବପୂଜନ ପାଣ୍ଡେ ତିନି ଦଶନ୍ଧି ହେଲା ଏଠାରେ ଫଟୋ ଉଠାଉଛନ୍ତି । ଅଯୋଧ୍ୟା ନିବାସୀ ଶିବପୂଜନ ୪୦ ବର୍ଷ ଆଗରୁ ଏଠାକୁ ଆସିଥିଲେ । ସେପ୍ରଥମେ ସୂତା ମିଲରେ କାମ କରୁଥିଲେ । ମିଲ ବନ୍ଦ ହେବା ପରେ ତାଙ୍କ ପାଇଁ କୌଣସି କାମ ନଥିଲା । ତାଙ୍କର ଫଟୋଗ୍ରାଫି ପ୍ରତି କୌଣସି ଆଗ୍ରହ ନଥିଲା ବଂଚିବା ପାଇଁ ସୁଯୋଗ ଖୋଜୁଥିଲି । ତେଣୁ ଗୋଟିଏ କ୍ୟାମାରେ ଆଣିଲି ଓ ଭଲ ପାଇବା ଆରମ୍ଭ କଲି । ତାଙ୍କର ଫଟୋଗ୍ରାଫି ପ୍ରତି ନିଷ୍ଠା ଓ ଭଲ ପାଇବା ଜଣାପଡିଥିଲା, ଯେତେବେଳେ ଫଟୋ ଉଠାଇବା ପାଇଁ ନାଲାସୋପାରାରୁ ୮୦ କିଲୋମିଟର ଯିବାଆସିବା କରୁଥିଲେ । ତାଙ୍କ ସ୍ୱଳ୍ପ ବ୍ୟବସାୟରେ ଅଚାନକ ମୌସୁମୀ ଆସିଗଲା । ମୌସୁମୀ ପ୍ରଭାବରେ ଆଜି ପର୍ଯ୍ୟନ୍ତ ବି ବେପାର ପ୍ରଭାବିତ ହୋଇଛି । ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଖରେ ଫଟୋ ଉଠାଇବା ପାଇଁ ଅନେକ ବାଟ ରହିଛି । ନିଜ ମୋବାଇଲରେ ଅନେକ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଉଛନ୍ତି । ଅନେକ ଫଟୋଗ୍ରାଫର ଅଛନ୍ତି ଯେଉଁମାନେ କ୍ୟାମେରା ବିଷୟରେ କିଛି ବି ଜାଣନ୍ତି ନାହିଁ ସେମାନେ ନିଜ କ୍ୟାମେରାରେ ଅନେକ ଫଟୋ କଏଦ କରିଛନ୍ତି ।

ଗଣେଶ କାମ ପାଇଁ ଉତ୍ତର ଭାରତରୁ ଆସିଥିଲେ । ଯିଏ କୋଡିଏ ବର୍ଷ ହେଲା ଏଠାରେ ଫଟୋ ଉଠାଉଛନ୍ତି । ସେ କହିଛନ୍ତି ଯଦି ଗୋଟିଏ ଦିନରେ ୪୬୦ଟି ଫଟୋ ଉଠାଯାଉଥିଲା, ସେଥିରୁ ୧୨୦ଟି ଥିଲା କେବଳ ପଙ୍କଜଙ୍କର । ଆମେ ଏଠାରେ ଗୋଟିଏ ସଂଗଠନ କରିଥିଲୁ ଏବଂ ଅଧିକ ଫଟୋଗ୍ରାଫର ପ୍ରବେଶ ନକରିବା ପାଇଁ ଚିନ୍ତା କରିଥିଲୁ । ସେମାନଙ୍କ ରୋଜଗାର ୭୦ ପ୍ରତିଶତ ପ୍ରଭାବିତ ହୋଇଛି । ଦଶ ପୂର୍ବରୁ ଆମେ ସମସ୍ତେ ଦିନକୁ ହଜାରେ ଟଙ୍କା ରୋଜଗାର କରୁଥିଲୁ । କିନ୍ତୁ ବର୍ତମାନ ଦିନକୁ ୨୫୦ରୁ ୩୦୦ଟଙ୍କା ରୋଜଗାରକରିବା କଷ୍ଟ ହେଉଛି ।

ଗତ ୨୫ ବର୍ଷହେଲା ଖରା,ବର୍ଷା ଓ ଶୀତ, ବର୍ଷର ପ୍ରତ୍ୟୋକ ଦିନ ଏଠାରେ ଫଟୋ ଉଠାଉଛନ୍ତି ୫୦ବର୍ଷିୟ ପ୍ରମୋଦ ଚୌଧୁରୀ । ପର୍ଯ୍ୟଟକଙ୍କ ବିଭିନ୍ନ ପସନ୍ଦର ସାକ୍ଷୀ ହେଉଛନ୍ତି ପ୍ରମୋଦ । ଆମେ ପର୍ଯ୍ୟଟକମାନଙ୍କୁ ଅନେକ ଥର ଅନୁରୋଧ କରୁ ଫଟୋ ଉଠାଇବା ପାଇଁ ଏବଂ ସାଙ୍ଗେ ସାଙ୍ଗେ ଫଟୋ କପି ଦେବାକୁ ଆମେ ପୋର୍ଟେବୁଲ ପ୍ରିଂଟର ନେଇ ଆସିଥାଉ । ଯଦି କେହି ରାଜି ହୋଇଯାଆନ୍ତି ଆମେ ନିଜକୁ ଭାଗ୍ୟବାନ ମନେକରୁ ନଚେତ ଆମେ କେବଳ ସେମାନଙ୍କୁ ଦୃଷ୍ଟିରେ ରହିଯାଉ କହିଥିଲେ ପ୍ରମୋଦ ।

ଏଠାରେ ବନ୍ଧା ପଡିଛି ଭବିଷ୍ୟତ । ଆଜି ଦୁନିଆରେ ପ୍ରିଂଟ ଫଟୋ କପିର କିଛି ମୂଲ୍ୟ ନାହିଁ । ଆମ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି କିନ୍ତୁ ଆମେ ସମସ୍ତେ ଫଟୋଗ୍ରାଫି ପାଇଁ ସମର୍ପିତ । ୨୦୦୮ରେ ପୋର୍ଟେବୁଲ ପ୍ରିଂଟର ଆସିଥିଲା ଓ କିଛି ବର୍ଷ ଭଲ ବେପାର ହୋଇଥିଲା ବୋଲି କହିଥିଲେ ପ୍ରମୋଦ ।ନିଜର ଭବିଷ୍ୟତ ଓ ଜୀବନ ଜୀବିକା ପାଇଁ ଚିନ୍ତାରେ ଅଛନ୍ତି ସେମାନେ । ନିଜ ପରିବାର ଓ ପିଲାହ୍କ ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନ । ତଥାପି ସେମାନେ ହାରିଯାଇନାହାନ୍ତି, ଲୋକଙ୍କୁ ସାହାଯ୍ୟକରୁଛନ୍ତି । ରୋଜଗାର ଥାଉ ବା ନଥାଉ ଭଗବାନ ଆଶିର୍ବାଦପାଇବା ଆଶାରେ ଲୋକଙ୍କୁ ସାହାଯ୍ୟ କରିଚାଲିଛନ୍ତି । ପାଣ୍ଡେ ଓ ଚୌଧୁରୀଙ୍କଭଳି ସମସ୍ତେ ଆଶାକରନ୍ତି, ଆମ ପେଶାକୁ ନ୍ୟାୟ ମିଳୁ । ଆଗରୁ ଆମ ପେଶାର କିଛି ମୂଲ୍ୟ ଥିଲା । ସମାଜ ଆମକୁ ଅବହେଳା କରିବା ଉଚିତ ନୁହେଁ । ଗତ ଦୁଇ ଦଶନ୍ଧି ହେଲା ଯେତିକି ରୋଜଗାର କରୁଛୁ ଖାଇବାରେ ସରିଯାଉଛି,ଭବିଷ୍ୟତ ପାଇଁ କିଛି ନାହିଁ । ସୁରକ୍ଷିତ ଭବିଷ୍ୟତ ପାଇଁ ଆମକୁ ନ୍ୟାୟ ମିଳିବା ଉଚିତ ବୋଲି ସେମାନେ କହିଛନ୍ତି ।