ଚପରାସୀ ପଦ ପାଇଁ ପିଏଚଡି, ଏମବିଏ ଏବଂ ଏମଏ ପାସ୍ ପ୍ରାର୍ଥୀ କଲେ ଆବେଦନ ! ଏହା କଣ ସେହି ‘ଅଚ୍ଛେ ଦିନ୍’ ଯାହାର ସ୍ୱପ୍ନ ଦେଖାଇଥିଲେ ମୋଦି . .

76

ପିଏଚଡି , ଏମବିଏ ଏବଂ ଏମଏ କରିବା ପରେ କଣ କେହି ଚପରାସୀ ଚାକିରି କରିବାକୁ ଚାହିଁବ । ହୁଏତ ଏହି ପ୍ରଶ୍ନ ଟିକେ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏମିତି ଘଟିଛି ହରିୟାଣାରେ । ଏଠାରେ ବେରାଜଗାରୀ ସମସ୍ୟା ଏଭଳି ଭାବରେ ବଢିଚାଲିଛି ଯେଉଁଥିରେ ବାଧ୍ୟ ହୋଇ ଶିକ୍ଷିତ ଯୁବକ ଯୁବତୀ ଏବେ ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି । ଗୋଟିଏ ପଟେ ସରକାର ୫୦ ବର୍ଷ ପୁରା ହେବା ଖୁସିରେ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟେ ହରିୟାଣାରେ ଲକ୍ଷ ଲକ୍ଷ ଶିକ୍ଷିତ ବେରୋଜଗାର ଅଛନ୍ତି ।

ସୂଚନା ଅନୁସାରେ, ରୋହତକର ମହର୍ଷି ବିଶ୍ୱବିଦ୍ୟାଳୟରେ ଚପରାସୀ ପଦ ପାଇଁ ୯୨ଟି ପୋଷ୍ଟ ବାହାରିଛି । ଯେଉଁଥିପାଇଁ ପ୍ରାୟ ୨୨,୦୦୦ ପ୍ରାର୍ଥୀ ଆବେଦନ କରିଛନ୍ତି । ତେବେ ଚପରାସୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍ ରହିଥିବା ବେଳେ ବେତନ ରହିଛି ମାସିକ ୮୮୦୦ ଟଙ୍କା । ଏହା ସହ ,ଏହା ଏକ କଂଟ୍ରାକଚୁଆଲ୍ ଚାକିରି । ଏସବୁ ଜାଣି ମଧ୍ୟ ଏଥିପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପିଏଚଡି , ଏମଏ ଏବଂ ଏମବିଏ ପାସ୍ ଆଉଟ୍ ।

ତେବେ ଅନ୍ୟପଟେ ପ୍ରଶ୍ନ ଉଠୁଛି ଯଦି ଏପରି ଶିକ୍ଷିତ ଯୁବକ ଯୁବତୀ ଏହି ପଦ ପାଇଁ ପରୀକ୍ଷା ଦେବେ ତାହାଲେ ୮ମ ବା ହାଇସ୍କୁଲ୍ ପାସ୍ ପ୍ରାର୍ଥୀଙ୍କ ପାଇଁ ଏହି ଚକିରି ମିଳିବା କଷ୍ଟ । ଏହା ସହ ଆଉ ଏକ ପ୍ରଶ୍ନ ହେଉଛି ଏହା କଣ ସେହି ‘ଅଚ୍ଛେ ଦିନ୍’ ଯାହାର ସ୍ୱପ୍ନ ଦେଖାଇଥିଲେ ମୋଦି ସରକାର ।
ସୌଜନ୍ୟ : ଦ କ୍ୱିଂଟ୍