ରାଜ୍ୟରେ ୮୫ ଟପିଲା ପେଟ୍ରୋଲ ! ତୈଳ ଦର ବୃଦ୍ଧିର କାରଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

29

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବେ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ୮୫ ଟଙ୍କା ୬ ପଇସା ରହିଛି । ମାଲକାନିଗିର ଜିଲ୍ଲା ଉପାନ୍ତ ଅଂଚଳ କାଲିମେଳାରେ ସର୍ବାଧିକ ଦର ରହିଛି । ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ୦୬ ପଇସା ଓ ଡିଜେଲ ୮୩ ଟଙ୍କା ୪୧ ପଇସା ରହିଛି । ମାଲକାନଗିରିରେ ୮୪ ଟଙ୍କା ୫୭ ପଇସା ଥିବା ବେଳେ ଡିଜେଲ ଦର ରହିଛି ୮୨ ଟଙ୍କା ୯୩ ପଇସା ।

ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଦର ୮୪ ଟଙ୍କା ୧୬ ପଇସାରେ ପହଚିଂଥିବା ବେଳେ ଡିଜେଲ ଦର ୮୨ ଟଙ୍କା ୫୨ ପଇସା ରହିଛି । ଜୟପୁରରେ ପେଟ୍ରୋଲ ଲିଟର ୮୩ ଟଙ୍କା ୯୨ ପଇସା ଓ ଡିଜେଲ ୮୨ ଟଙ୍କା ୨୮ ପଇସାରେ ବିକ୍ରି ହେଉଛି । ସେହିପରି ପୁରୀରେ ପେଟ୍ରୋଲ ଦର ୮୦ ଟଙ୍କା ୯୨ ପଇସା ଥିବା ବେଳେ ଢିଜେଲ ୭୯ ଟଙ୍କା ୩୨ ପଇସାରେ ପହଂଚିଛି । ସମ୍ବଲପୁରରେ ମଧ୍ୟ ପେଟ୍ରୋଲ ଦର ୮୧ ଟଙ୍କା ୩୭ ପଇସା ଓ ଡିଜେଲ ୭୯ ଟଙ୍କା ୭୪ ପଇସା ରହିଛି ।

ତେବେ ଏସବୁ ଭିତରେ ପେଟ୍ରୋଲ ଓ ଡିଜେଲ ଦର କାହିଁକି ବୃଦ୍ଧି ହେଉଛି ତାହାର କାରଣ ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତରାଷ୍ଟ୍ରୀୟ ବଜାର ଯୋଗୁଁ ତୈଳ ଦର ବୃଦ୍ଧି ହେଉଛି । ଏହାସହ ତୈଳଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ବଲ ଫିଙ୍ଗିଛନ୍ତି ଧର୍ମେନ୍ଦ୍ର । ଅନ୍ୟ ରାଜ୍ୟ ଭାଟ୍ କମ୍ କଲେଣି, ଓଡିଶା ସରକାର ଭାଟ୍ କମାନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅକ୍ଟୋବରରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଛନ୍ତି । ପୂର୍ବରୁ ୩ ହଜାର କୋଟି ଏବେ ୭ ହଜାର କୋଟି ରାଜସ୍ୱ ପାଇଲେଣି ରାଜ୍ୟ ସରକାର । ଭାଟ୍ କମାଇବା ରାଜ୍ୟର ବଡ ଦାୟିତ୍ୱ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।