ଭାରତବନ୍ଦ ଡାକରାର ଠିକ ଗୋଟିଏ ଦିନ ପୂର୍ବରୁ ପୁଣି ବଢିଲା ତୈଳଦର । ବିରୋଧୀ ଦଳ କହିଲେ ଏହା କଣ ମୋଦି ସରକାରଙ୍କ ଆଚ୍ଛାଦିନର ପ୍ରଭାବ

49

କନକ ବ୍ୟୁରୋ : ଦେଶରେ ଲଗାତାର ଭାଲରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ତେବେ ଆଜି ପୁଣିଥରେ ଦେଶରେ ଲଗାତାର ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ସାରା ଦେଶରେ ବନ୍ଦ ଡାକରା ଦେଇଛି କଂଗ୍ରେସ । ତେବେ ଏହାର ଠିକ ୧ଦିନ ପୂର୍ବରୁ ପୁଣି ଥରେ ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଦିଲ୍ଲୀରେ ପେଟ୍ରୋଲ ୮୦.୫୦ ପଇସା ଥିବା ବେଳେ ଡିଜେଲ ୭୨.୬୧ ପଇସାରେ ପହଚିଂଛି । ତେବେ ସାରା ଦେଶରେ ପେଟ୍ରୋଲ ଦରରେ ଅସୀମିତ ଭାବରେ ମୂଲ୍ୟ ବୃଦ୍ଧି ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡିଶାରେ ମଧ୍ୟ ସମାନ ସ୍ଥିିତି ।

 

ଏଠାରେ ମଧ୍ୟ ପେଟ୍ରୋଲ ଦର ୮୦ ଉପରେ ରହିଛି । ତେବେ ଭାରତରେ ଏପରି ତୈଳଦର ବଢୁଥିବା ସମୟରେ ଆଗକୁ ଆହୁରି ବଢିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେପଟେ ତୈଳଦର ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୈାଧୀତ ତୈଳଦର ବୃଦ୍ଧି ହେଉଥିବାରୁ ଭାରତରେ ମଧ୍ୟ ଏପରି ଭାବରେ ତୈଳଦର ବୃଦ୍ଧି ହେଉଛି । ତେବେ ଏହାକୁ ଜିଏଟି ଅନ୍ତର୍ଭୁକ୍ତ କଲେ ଦର କମିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେପଟେ ଦେଶରେ ଥିବା ବିରୋଧୀ ଦଳଗୁଡିକ କହିଛନ୍ତି ଯେ, ମୋଦି ନିଜ ଭାଷଣରେ ହିଁ ସୀମିତ ରହୁଛନ୍ତି । ଆଚ୍ଛାଦିନର ନାରା ଦେଇ ମୋଦି ସରକାର କେବଳ ଲୋକମାନଙ୍କୁ ଅସୁବିଧାରେ ପକାଉଛନ୍ତି ବୋଲି ଶିବସେନା ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ।