କନକ ବ୍ୟୁରୋ: ଗାଡି ଚାଳକଙ୍କ ପାଇଁ ବଡ ଖବର । ପେଟ୍ରୋଲ ଓ ଡିଜେଲ ଉପରେ ବଢିଲା ଭ୍ୟାଟ୍ । ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ବଢିଲା । ସେହିପରି ଡିଜେଲ ଉପରେ ବି ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ।
ତେବେ ଭ୍ୟାଟ୍ ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୧ ଟଙ୍କା ୬୯ ପଇଲା ହେଲା । ସେହିପରି ଭ୍ୟାଟ୍ ବୃଦ୍ଧି ପରେ ଭୁବନେଶ୍ୱରରେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ହେଲା । ଅର୍ଥାତ ପେଟ୍ରୋଲରେ ୩ ଟଙ୍କା ୧୧ ପଇସା ଏବଂ ଡିଜେଲରେ ୧ ଟଙ୍କା ୦୩ ପଇସା ବଢିଲା । ସବୁଠାରୁ ବଡକଥା ହେଉଛି ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ବର୍ଦ୍ଧିତ ଦର । ସେପଟେ ଭ୍ୟାଟ ବୃଦ୍ଧି କରିବା ଦ୍ୱାରା ରାଜସ୍ୱ ଆଦାୟ ହେବ । ଆଉ ଏହି ରାଜସ୍ୱ କରୋନା ମୁକାବିଲା ପାଇଁ ଲାଗିପାରେ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)