କନକ ବ୍ୟୁରୋ : ସାରା ଦେଶରେ ଦିନକୁ ଦିନ ବଢିଚାଲିଛି ତେଲ ଦର । ପେଟ୍ରୋଲ ଡିଜେଲ ଦର କମିବାର ନାଁ ନେଉନି । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ୮ପଇସା ହୋଇଛି । ସେହିପରି ଡିଜେଲ ଦର ରହିଛି ୭୮ଟଙ୍କା ୫୮ ପଇସା ହୋଇଛି ।
ରାଜଧାନୀ ଦିଲ୍ଲୀରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୨ଟଙ୍କା ୭୨ପଇସା ଏବଂ ଡିଜେଲ ୭୪ଟଙ୍କା ୨ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ୮୪ଟଙ୍କା ୫୪ପଇସା ରହିଥିବାବେଳେ ଚେନ୍ନାଇରେ ୮୫ଟଙ୍କା ୯୯ ପଇସାରେ ପହଁଚିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରର ତେଲ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ତେଲ ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଗୋଟେ ପଟେ ତେଲ ଦର କମିବାର ନାଁ ଧରୁନଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/PETROL-PRICE-01034218.jpg)
/kanak/media/post_attachments/wp-content/uploads/2018/09/petrol2-300x157.jpg)