ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି । ଦୁଷ୍କର୍ମ ଅଭିଯୋଗ ନେଇ କଠୋର ହେବାକୁ ପରାମର୍ଶ । ଯେକୌଣସି ଥାନାରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ

619

କନକ ବ୍ୟୁରୋ: ସାରା ଦେଶରେ ଦୁଷ୍କର୍ମକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ କଠୋର ଆଭିମୁଖ୍ୟ ଦେଖାଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତ ଡିସେମ୍ବର ୫ ତାରିଖ ଦିନ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଦୁଷ୍କର୍ମ ଅଭିଯୋଗ ନେଇ କଠୋର ହେବାକୁ ପରାମର୍ଶ ଦେଇଛନ୍ତି । ଯେକୌଣସି ଥାନାରେ ଦୁଷ୍କର୍ମ ଅଭିଯୋଗ ଆସିଥିଲେ ଅଭିଯୋଗ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଧିକାରୀ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ମନ୍ତ୍ର୍ରାଳୟ କହିଛି । ଏନେଇ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଯେକୌଣସି ଦୁଷ୍କର୍ମ ମାମଲାକୁ ସ୍ଥାନୀୟ ପୁଲିସ ୨ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ । ଏନେଇ ଅଧିକ ତତ୍ପରତା ପ୍ରକାଶ କରିବାକୁ କେନ୍ଦ୍ରରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ।