୨ ଦିନ ପରେ ସାଜିଥାନ୍ତେ ବର, ବିରୁପା ନଦୀରୁ ମିଳିଲା ମୃତଦେହ । ମଙ୍ଗନ ଆଗରୁ ମଶାଣୀକୁ ଚାଲିଗଲେ ଚୌଦ୍ୱାର ଯୁବକ

32

କନକ ବ୍ୟୁରୋ: ୨ ଦିନ ପରେ ସାଜିଥାନ୍ତେ ବର । ବିବାହକୁ ନେଇ ଘରେ ଥିଲା ଖୁସିର ମାହୋଲ । କିନ୍ତୁ ଜଗତପୁର ବିରୁପା ବ୍ରିଜ ଟୋଲ ଗେଟ୍ ପରିସରରୁ  ମିଳିଲା ମୃତଦେହ । ମଙ୍ଗନ ଆଗରୁ ମଶାଣୀକୁ ଚାଲିଗଲେ ଚୌଦ୍ୱାର ଯୁବକ । ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଚାକିରୀ କରିଥିବା ହିରଣ୍ୟ ବେହେରାଙ୍କ କ୍ଷତାକ୍ତ ମୃତ ଦେହ ଆଜି ସକାଳୁ ଜଗତପୁର ବିରୁପା ବ୍ରିଜ ଟୋଲ ଗେଟ୍ ପରିସରରୁ ଉଦ୍ଧାର ହୋଇଛି ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି ହିରଣ୍ୟଙ୍କୁ ଗତକାଲି ରାତିରେ କିଛି ନମ୍ବରରୁ କଲ ଆସିଥିଲା । ଏହି କଲ ରିସିଭ କରିବା ପରେ ସେ ଘରୁ ଜଗତପୁର ବିରୁପା ଟୋଲ ଗେଟ୍ ନିକଟକୁ ଆସିଥିଲେ । ତେଣୁ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରହସ୍ୟରେ ମୃତ୍ୟୁର କାରଣ ଥିବା ବେଳେ ତଦନ୍ତ ପରେ ହିଁ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଥାନାଅଧିକାରୀ ଏବଂ କଟକ ଡିସିପି ।