କନକ ବ୍ୟୁରୋ: ୨ ଦିନ ପରେ ସାଜିଥାନ୍ତେ ବର । ବିବାହକୁ ନେଇ ଘରେ ଥିଲା ଖୁସିର ମାହୋଲ । କିନ୍ତୁ ଜଗତପୁର ବିରୁପା ବ୍ରିଜ ଟୋଲ ଗେଟ୍ ପରିସରରୁ ମିଳିଲା ମୃତଦେହ । ମଙ୍ଗନ ଆଗରୁ ମଶାଣୀକୁ ଚାଲିଗଲେ ଚୌଦ୍ୱାର ଯୁବକ । ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଚାକିରୀ କରିଥିବା ହିରଣ୍ୟ ବେହେରାଙ୍କ କ୍ଷତାକ୍ତ ମୃତ ଦେହ ଆଜି ସକାଳୁ ଜଗତପୁର ବିରୁପା ବ୍ରିଜ ଟୋଲ ଗେଟ୍ ପରିସରରୁ ଉଦ୍ଧାର ହୋଇଛି ।
ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି ହିରଣ୍ୟଙ୍କୁ ଗତକାଲି ରାତିରେ କିଛି ନମ୍ବରରୁ କଲ ଆସିଥିଲା । ଏହି କଲ ରିସିଭ କରିବା ପରେ ସେ ଘରୁ ଜଗତପୁର ବିରୁପା ଟୋଲ ଗେଟ୍ ନିକଟକୁ ଆସିଥିଲେ । ତେଣୁ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରହସ୍ୟରେ ମୃତ୍ୟୁର କାରଣ ଥିବା ବେଳେ ତଦନ୍ତ ପରେ ହିଁ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଥାନାଅଧିକାରୀ ଏବଂ କଟକ ଡିସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/Screen-shot-2018-01-08-at-4.40.06-PM.png)