ତାଲାବନ୍ଦ କଟକଣା ଭିତରେ ବେସାହାରାଙ୍କ ପାଇଁ ସାହାରା ପାଲଟିଛନ୍ତି କିଛି ବଦାନ୍ୟ ବ୍ୟକ୍ତି: ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧା ଖାଦ୍ୟ ବାଂଟିଲା ପୁରୀ ସେବା ସେମିତି

ଏପଟେ ଭୁବନେଶ୍ୱରରେ ଶୁଖିଲା ଖାଦ୍ୟ ବାଂଟିଲେ ରସୁଲଗଡର ଯୁବକ

552

କନକ ବ୍ୟୁରୋ: କରୋନା କଟକଣା ଭିତରେ ବେସାହାରା ପାଲଟିଛନ୍ତି ନିରାଶ୍ରୟ ଓ ଦିନମଜୁରିଆ । ଏଭଳି ସମୟରେ ସେମାନଙ୍କ ପାଇଁ ବାଲେଶ୍ୱରରେ ସେମାନଙ୍କ ପାଇଁ ସାହାରା ପାଲଟିଛି ପ୍ରଶାସନ ଓ କିଛି ସ୍ୱେଛାସେବୀ । ନିରାଶ୍ରୟ ଓ ଦିନ ମଜୁରିଆଙ୍କୁ ଏକ କଲ୍ୟାଣ ମଣ୍ଡପରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ।

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ସମ୍ବଲପୁର ମାନେଶ୍ୱରରେ ଗଣେଶନଗର ବାସିନ୍ଦା । ଗଣେଶନଗର ପଡାବାସୀ ଏହି ଲକଡାଉନକୁ ଭଲଭାବେ ବୁଝିବା ସହ ସତର୍କ ରହିବା ପାଇଁ ସଚେତନ କରାଯାଉଛି । ଗଣେଶନଗରକୁ ବାହାର ଲୋକଙ୍କୁ ପ୍ରବଶେ ବାରଣ କରିବା ସହ ପଡାବାହାରେ ହ୍ୟାଣ୍ଡ ୱାସ ସହ ପାଣି ରଖିଛନ୍ତି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନେ ହାତ ଧୋଇ ପଡାକୁ ପ୍ରବେଶ କରିବେ, ସେହି ବ୍ୟବସ୍ଥା କରିଛନ୍ତି । ଏହାଛଡା ଗାଁରେ ଯେଉଁ ଶ୍ରମିକ ପରିବାର ଅଛନ୍ତି ସେମାନଙ୍କ ପାଇଁ ଡାଲି ଚାଉଳଠୁ ଆରମ୍ଭ କରି ସବୁ ଖାଇବା ଜିନିଷ ଏଠାକାର ବାସିନ୍ଦା ଯୋଗାଇ ଭାଇଚାରା ସୃଷ୍ଟି କରିଛନ୍ତି ।

ସେପଟେ ପୁରୀରେ ଖଟିଖିଆ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ଖାଦ୍ୟ ପହଂଚାଉଛି ପୁରୀ ସେବା ସେମିତି । ୨୦୧୮ରୁ ଦୈନିକ ୫୦ରୁ ୬୦ ଜଣଙ୍କ ପାଇଁ ଖାଦ୍ୟ ଘରେ ପଂହଚୁଥିଲା ଏବେ ଲକ୍ ଡାଉନ ଫଳରେ ଏହି ସଂଖ୍ୟା ୨ ଶହରେ ପଂହଚିଛି । ଦିନ ୧୧ଟା ସୁଦ୍ଧା ରନ୍ଧନ ଖାଦ୍ୟକୁ ସ୍ୱତନ୍ତ୍ର ଟିଫିନରେ ପୁରାଇ ମୁହଁରେ ମାସ୍କ ବାନ୍ଧି ସାମାଜିକ ଦୂରତ୍ୱ ରଖି ଲୋକଙ୍କ ଘରେ ପଂହଚାଯାଉଛି । ଏଭଳି ସମୟରେ ପୁରୀ ସେବା ସମିତିର ଏଭଳି ପ୍ରୟାସ ଭୋକିଲା ପେଟରେ ହସ ଫୁଟାଇଛି ।