କନକ ବ୍ୟୁରୋ : ସମସ୍ୟା ସମାଧାନ କରିବାକୁ ଯାଇ ଗାଁ ଲୋକଙ୍କୁ ପ୍ରକଳ୍ପ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରଦର୍ଶର୍ନ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଏକମାଣିଆ ଗାଁରୁ । ଗାଁର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହାର ସମାଧାନ ଲାଗି ପ୍ରୋଜେଷ୍ଟ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା ସଂପୃକ୍ତ ଗାଁକୁ ଯାଇଥିଲେ । ଗାଁର ସମସ୍ୟାକୁ ତଦନ୍ତ କରିବାକୁ ଯାଇଥିବାବେଳେ ପିଡି ସମସ୍ୟା ନ ବୁଝି ଚାଲିଯିବାକୁ ଚାହୁଁଥିଲେ । ଏହାକୁ ବିରୋଧ କରିବାରୁ ଦିଲ୍ଲୀପ ପରିଡା ଉତକ୍ଷିପ୍ତ ହୋଇପଡିଥିଲେ । ଆଉ ସେ ଗାଁ ଲୋକଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଏ ନେଇ ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
/kanak/media/post_attachments/wp-content/uploads/2019/10/Screen-Shot-2019-10-17-at-9.42.30-AM-1-300x225.png)