ଶ୍ରୀମନ୍ଦିରରେ ଅଘଟଣ ! ଉଡିଗଲା ପତିତପାବନ ବାନା

41

କନକ ବ୍ୟୁରୋ: ଉଡିଗଲା ପତିତପାବନ ବାନା  । ମଙ୍ଗଳବାର ରାତିରେ ପୁରୀରେ ପ୍ରବଳ ବର୍ଷା ପବନ ଯୋଗୁଁ ଶ୍ରୀମନ୍ଦିରର ୧୪ହାତିଆ ପତିତପାବନ ବାନା ଛିଡି ପଡିଛି । ତେବେ ନୀତିକାନ୍ତି ସ୍ୱାଭାବିକ ରହିଥିବା ସୂଚନା ମିଳିଛି । ବାରମ୍ବାର ଏଭଳି ଅଘଟଣ ଘଟୁଛି । ଗତ କିଛି ଦିନ ତଳେ ମଧ୍ୟ ପତିତପାବନ ଉଡିଯାଇଥିଲା । ତେବେ ପତିତପାବନ ଉଡିଗଲେ କିମ୍ବା ଛିଡି ପଡିଲେ ତା ପରେ ଶୀମନ୍ଦିରର ନୀତିକାନ୍ତିରେ ଅନେକ ବାଧା ଉପୁଜି ଥାଏ । କିନ୍ତୁ ଏଥର ଅନ୍ୟ ପତାକା ଥିବାରୁ ନୀତିକାନ୍ତିରେ କୌଣସି ଅସୁବିଧା ହେବନାହିଁ ବୋଲି ସୂଚନା ଦେଇଛି ମନ୍ଦିର ପ୍ରଶାସନ ।