ସଂସଦରେ ନାଗରିକତା ସଂଶୋଧନ ବିଲ୍ ଉପସ୍ଥାପନ ନେଇ ଭୋଟିଂ । ସପକ୍ଷରେ ୨୯୩ ଓ ବିପକ୍ଷରେ ପଡିଲା ୮୨ ଭୋଟ୍
ବିଲ ଆଗତ ବେଳେ ବିରୋଧୀଙ୍କ ହଙ୍ଗାମା; ଏବେ ବିଲ ଉପରେ ହେବ ବିତର୍କ
କନକ ବ୍ୟୁରୋ: ଲୋକସଭାରେ ନାଗରିକତା ସଂଶୋଧନ ବିଲ ଆଗତ ହେବା ପରେ ବିଲ ଉପସ୍ଥାପନ ନେଇ ଭୋଟିଂ ହୋଇଛି । ସଂସଦରେ ୩୭୫ ସଦସ୍ୟ ଉପସ୍ଥିତ ଥିବା ବେଳେ ସପକ୍ଷରେ ୨୯୩ ଓ ବିପକ୍ଷରେ ୮୨ ଭୋଟ ପଡିଛି । ଏବେ ବିଲକୁ ନେଇ ବିତର୍କ ହେବ । ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲକୁ ଆଗତ ବେଳେ ଗୃହରେ ବିରୋଧୀ ସଦସ୍ୟ ହଙ୍ଗାମା କରିଥିଲେ । ତେବେ ଏହି ବିଲ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧୀ ନୁହେଁ ବୋଲି ଶାହା କହିଛନ୍ତି । ସେହିପରି ବିଲକୁ ନେଇ ଆଲୋଚନା ହେବା ସମୟରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯିବ ଏବଂ ବିରୋଧୀ ଉଠାଉଥିବା ସମସ୍ତ ପ୍ରଶ୍ନର ଉତର ରଖିବେ ବୋଲି ଶାହା କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନାଗରିକତା ସଂଶୋଧନ ବିଲରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରବର୍ତନ ଅଣାଯିବାର ଯୋଜନା ରହିଛି । ଏହି ବିଲ ଲାଗୁ ହେଲେ ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକ ଦେଶରୁ ବିଦାହେବେ । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସଂଶୋଧିତ ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ତେବେ ସୂଚନା ଅନୁସାରେ ଏହି ବିଲ୍କୁ ବିଜେଡି ସମର୍ଥନ କରିବ ।