ଅବସର ନେଲେ ପ୍ରଣବ ମୁଖାର୍ଜୀ ! ବିଦାୟୀ ରାଷ୍ଟ୍ରପତିଙ୍କୁ ସଂସଦରେ ଦିଆଗଲା ସମ୍ବର୍ଦ୍ଧନା

72

କନକ ବ୍ୟୁରୋ : ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ କରିଛନ୍ତି ପ୍ରଣବ ମୁଖାର୍ଜୀ । ତାଙ୍କ ସମ୍ମାନରେ ଆଜି ସଂସଦ ଭବନରେ ଦିଆଯାଇଛି ବିଦାୟ ସମ୍ବର୍ଦ୍ଧନା । ସେଂଟ୍ରାଲ ହଲରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି, ହମିଦ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଉପସ୍ଥିତ ଥିଲେ ।

ଏହି ବିଦାୟ ଉତ୍ସବରେ ବାଚସ୍ପଚି ସୁମିତ୍ରା ମହାଜନ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ତାଙ୍କର ସୁଦିର୍ଘ ରାଜନୈତିକ କ୍ୟାରିଅର ନେଇ ତଥ୍ୟ ରଖିଥିଲେ ସୁମିତ୍ରା । ସେପଟେ ଉପରାଷ୍ଟ୍ରପତି ହମିଦ ଅନସାରୀ ସାଂସଦ ଭାବରେ ଆଲୋଚନାକୁ ଉଚ୍ଚସ୍ତରକୁ ନେଉଥିଲେ ବୋଲି କହିଛନ୍ତି । ତାଙ୍କୁ ସର୍ବଶ୍ରେଷ୍ଠ ବୈଦେଶିକ ମନ୍ତ୍ରୀ ବୋଲି ଅନସାରୀ ଅଭିହିତ କରିଛନ୍ତି । ନିଜ ବିଦାୟୀ ଭାଷଣରେ ପ୍ରଣବ ମୁଖାର୍ଜୀ ସଂସଦରେ ତାଙ୍କର ପ୍ରଥମ ଦିନର ସ୍ମୃତି ଚାରଣ କରିଛନ୍ତି ।