ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ବାପାମାଆଙ୍କୁ ନିର୍ଯାତନା ଦେଇ ଖସିପାରିବେନି ପୁଅ-ବୋହୂ, ଝିଅ-ଜ୍ୱାଇଁ କି ନାତି ନାତୁଣୀ; ଘରୁ ହେବେ ବେଦଖଲ,ସଂପତିରେ ରହିବନି ହକ୍: ପୂର୍ବରୁ ଦେଇଥିବା ଭାଗକୁ ବି ଫେରାଇ ଆଣିବେ ବାପାମାଆ

2,383

କନକ ବ୍ୟୁରୋ: ଚଳନ୍ତି ପ୍ରତିମା ହେଉଛନ୍ତି ବାପାମାଆ ଆଉ ବାପାମାଆଙ୍କ ସେବା କରିବାର ଅର୍ଥ ସାକ୍ଷାତ୍ ଭଗବାନଙ୍କ ସେବା କରିବା । ହେଲେ ଏହା ଜାଣି ମଧ୍ୟ କିଛି ସନ୍ତାନ ଏଭଳି ବି ଅଛନ୍ତି ଯେଉଁମାନେ କି ନିଜ ଜନ୍ମକଲା ବାପାମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ ଆଡ ଆଖିରେ ବି ଚାହୁଁନାହାନ୍ତି । ତେବେ ଏଭଳି ଉଦ୍ଧତ ପିଲାମାନଙ୍କୁ ବାଟକୁ ଆଣିବା ପାଇଁ ଏବଂ ଅସହାୟ ବୁଦ୍ଧ ବାପାମାଆଙ୍କୁ ସୁରକ୍ଷା ଦେବାକୁ ଆମ ଦେଶର ଆଇନ ବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବରିଷ୍ଠ ନାଗରିକଙ୍କୁ ଦିଆଯାଇଛି । ଯେଉଁଥିରେ ଯଦି କୌଣସି ସନ୍ତାନ ନିଜ ବାପାମାଆଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସଂପତିରୁ ବଂଚିତ ହେବା ସହ ବାପାମାଆ ଚାହିଁଲେ ତାଙ୍କୁ ଘରୁ ମଧ୍ୟ ବେଦଖଲ କରିପାରିବେ ।

• ଯଦି କୌଣସି ସନ୍ତାନ ନିଜ ବାପାମାଆଙ୍କୁ ଦୁର୍ବ୍ୟବହାର କରନ୍ତି କିମ୍ବା ଖାଇବା ପିଇବାରେ ଅବହେଳା କରନ୍ତି, ବାପାମାଆଙ୍କ ସହ ଚାକର ଭଳି ବ୍ୟବହାର କରନ୍ତି ତେବେ ବାପାମାଆ ଚାହିଁଲେ ଏଭଳି ପୁଅ-ଝିଅ-ଜ୍ୱାଇଁ କିମ୍ବା ନାତି-ନାତୁଣୀଙ୍କୁ ନିଜ ଘରୁ ବାହାର କରିପାରିବେ । ଏପରିକି ସଂପତିରୁ ମଧ୍ୟ ଏମାନଙ୍କୁ ବେଦଖଲ କରିପାରିବେ । ସେହିଭଳି ଯଦି ପିଲାମାନଙ୍କ ନାଁରେ ପୂର୍ବରୁ ସଂପତି କରିଦେଇଛନ୍ତି ତେବେ ତାକୁ ଫେରାଇ ମଧ୍ୟ ଆଣିପାରିବେ । ତେବେ ଏହା କେବଳ ସେମାନଙ୍କ ଅର୍ଜିତ ତଥା ପୈତୃକ ସଂପତି ଉପରେ ଲାଗୁ ହେଉନି ବରଂ ବାପାମାଆଙ୍କ ନାଁରେ ଥିବା ଅନ୍ୟାନ୍ୟ ସଂପତି ଉପରେ ମଧ୍ୟ ଲାଗୁ ହେଉଛି ।

• ସେହିଭଳି ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ପ୍ରଥମ ପତ୍ନୀ ବଂଚି ଥାଉ ଥାଉ ଯଦି ସ୍ୱାମୀ ଦ୍ୱିତୀୟ ବିବାହ କରେ ତେବେ ଏହା ଦଣ୍ଡନୀୟ ଅପରାଧ । କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଯଦି ଦ୍ୱିତୀୟ ବିବାହ କଲେ ତାହା ଗ୍ରହଣ ଯୋଗ୍ୟ ଅଟେ । ଏଥିସହିତ ଦ୍ୱିତୀୟ ପତ୍ନୀଙ୍କ ଔରଷରୁ ଜାତ ସନ୍ତାନ ବି ସଂପତିର ହକଦାର ହେବେ ।

• ଯଦି କୌଣସି ପରିବାରରେ ଚାରି ଭାଇ ଥାନ୍ତି ଆଉ ଏମାନଙ୍କ ଭିତରୁ ଜଣେ କେହି ବାପାମାଆଙ୍କୁ ଫସେଇ ସେମାନଙ୍କର ଜାଲ ଦସ୍ତଖତ କରି ସଂପତିବାଡି ସବୁ ନିଜ ନାଁରେ କରିଦିଅନ୍ତି ତେବେ ବାକି ଭାଇମାନେ ଚାହିଁଲେ ଏବାବଦରେ କୋର୍ଟରେ ଚ୍ୟାଲେଂଜ କରିପାରିବେ ।

• ସେହିଭଳି ବାପାମାଆ ବଂଚିଥିବା ସମୟରେ ଯଦି ସେ ତାଙ୍କର ଅର୍ଜିତ ସଂପତି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ସନ୍ତାନମାନେ ଏଥିରେ କୌଣସି ଅଧିକାର ଜତାଇପାରିବେନି । ଏପରିକି ତାଙ୍କ ମୃତ୍ୟୁ ପରେ ବି ସେ ସେଥିରେ ନିଜ ଅଧିକାର ଜତାଇପାରିବେ ନାହିଁ । ତେବେ ରେଜିଷ୍ଟ୍ରେସବ ଆକ୍ଟ ଅନୁସାରେ , ଅଚଳ ସଂପତିର କବଲା କରିବା ନିହାତି ଜରୁରୀ । ଯଦି ବାପା ଏହାକୁ ରେଜିଷ୍ଟର୍ଡ କରିନଥିବେ ତେବେ ଆପଣ ଏନେଇ କୋର୍ଟରେ ଚ୍ୟାଲେଂଜ କରିପାରିବେ ।