ଆରମ୍ଭ ହେଲା ପପୁଙ୍କ କାଉଂଟଡାଉନ୍ : ୪୮ ଘଂଟା ମଧ୍ୟରେ ଧରିବ କମିଶନରେଟ୍ ପୁଲିସ୍

16

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ୪୮ ଘଂଟା ମଧ୍ୟରେ ପପୁଙ୍କୁ ଗିରଫ କରିବ ପୁଲିସ୍ । ଏହି ସୂଚନା ଦେଇଛନ୍ତି ଆଡିସନାଲ ଡିସିପି ବିଏନ୍ ଦଣ୍ଡପାଟ । ପପୁଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଥିବା ସେ କହିଛନ୍ତି । ପପୁଙ୍କୁ ଗିରଫ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସେହିପରି କମେଡି କିଙ୍ଗ ପପୁ ପମପମଙ୍କ ବାସଭବନ ଆଗରେ ନୋସିଟ୍ ଲଗାଇଛି କମିଶନରେଟ୍ ପୁଲିସ୍ । ଜୁଲାଇ ୭ ତାରିଖ ସୁଦ୍ଧା ପପୁଙ୍କୁ ହାଜର ହେବାକୁ କମିଶନରେଟ୍ ପୁଲିସ କଡା ତାଗିଦ କରିଛି । ମହିଳା ଥାନାରେ ହାଜର ହୋଇ ପପୁଙ୍କୁ ତଦନ୍ତରେ ସାହାଯ୍ୟ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି ।

ତେବେ ତଦନ୍ତ ଶେଷ ହେବା ନପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଥାନାରେ ହାଜର ହୋଇ ତଦନ୍ତକାରୀଙ୍କୁ ସାକ୍ଷାତ କରିବେ ପପୁ । ଆବଶ୍ୟକ ପଡିଲେ ଯେତେବେଳେ ତଦନ୍ତକାରୀ ଚାହିଁବେ ସେହି ସମୟରେ ପପୁ ପମପମ ଆସି ତଦନ୍ତକାରୀଙ୍କୁ ସାକ୍ଷାତ କରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ନଯିବାକୁ କଟକଣା ଲଗାଯାଇଛି । ସେହିପରି ପପୁଙ୍କ ସହଯୋଗୀ ପ୍ରଦୀପ ସାଇଁଙ୍କ ବାସଭବନରେ ମଧ୍ୟ ନୋଟିସ ଲଗାଯାଇଛି । ନାବାଳିକା କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ପପୁ ପମପମ ଫେରାର ଅଛନ୍ତି । ତେବେ ଶୁଣନ୍ତୁ କଣ କହିଛନ୍ତି ଆଡିସନାଲ ଡିସିପି ବିଏନ୍ ଦଣ୍ଡପାଟ  ।