ପପୁଙ୍କ ନାଁରେ ମହିଳା ଥାନାରେ ମାମଲା ରୁଜୁ

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢିଲା ହାସ୍ୟଅଭିନେତା ପପୁ ପମପମu ପାଇଁ ଅଡୁଆ । ସିଡବ୍ଲୁସିର ନିର୍ଦେଶ ପରେ ମହିଳା ଥାନାରେ ରୁଜୁ ହେଲା ମାମଲା । ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । କାଷ୍ଟିଂ କାଉଚ୍ ମାମଲା ନେଇ ପପୁଙ୍କ ବିରୋଧରେ ଆଜି ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଇଥିଲେ ଜଣେ ନାବାଳିକା । ବୟାନରେ ନାବାଳିକା ଜଣକ ପପୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେବାର ଲୋଭ ଦେଖାଇ କାର୍ ଭିତରେ ପପୁ ତାଂକୁ ଅସଦାଚରଣ କରିଥିବା ନେଇ ନାବାଳିକା ଜଣକ ନିଜ ବୟାନରେ କହିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୟାନ ରେକର୍ଡ ପରେ ସିଡବ୍ଲୁସି କହିଥିଲା, ଅଭିଯୋଗରେ ସତ୍ୟତା ଥିବା ନେଇ ପ୍ରମାଣ ମିଳିଛି । ଏଥିସହ ମହିଳା ଥାନାରେ ମାମଲା ରୁଜୁ ପାଇଁ ସିଡବ୍ଲୁସି ନିର୍ଦେଶ ଦେଇଥିଲା । ନାବାଳିକାର ସୁରକ୍ଷା ପାଇଁ ଡିସିପିଙ୍କୁ ମଧ୍ୟ ଚିଠି ଲେଖିଛି ଚାଇଲ୍ଡ ୱେଲଫେୟାର କମିଟି । ତେବେ ନାବାଳିକାଙ୍କୁ ପପୁ କଣ କହିଥିଲେ ଦେଖନ୍ତୁ ଏହି ଭିଡିଓ ।

ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ