ନିର୍ବାଚନ ଖର୍ଚ୍ଚ ପାଇଁ ପ୍ରଭାସଙ୍କ ଠାରୁ ଟଙ୍କା ନେଇଥିଲେ ପପୁ

14

vlcsnap-2016-06-14-18h22m21s614ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜଣାଶୁଣା ହାସ୍ୟ ଅଭିନେତା ପପୁ ପମପମ୍ ଓ ଓସ୍କାର ଚିଟପଣ୍ଡ ଖଳନାୟକ ପ୍ରଭାସ ରାଉତଙ୍କ ସମ୍ପର୍କର ପର୍ଦ୍ଦାଫାସ । କନକ ନ୍ୟୁଜ୍ ହାତରେ ଲାଗିଛି ଏହି ଲିଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଚମ୍ପୁଆରୁ ନିର୍ବାଚନ ଲଢିବା ବେଳେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ନିଜେ ଏହି ତଥ୍ୟ ଦେଇଛନ୍ତି ପପୁ । ଏଥିରେ କୁହାଯାଇଛି , ପପୁ ପ୍ରଭାସ ରାଉତଙ୍କ ଠାରୁ ଟଂକା ନେଇଥିଲେ । ସେ ଲୋନରେ ଏହି ଟଂକା ନେଇଥିଲେ ବୋଲି ଦର୍ଶାଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ବି ସାମ୍ନାକୁ ଆସିଛି । ନିର୍ବାଚନ ବେଳେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ପ୍ରଭାସ ରାଉତ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଏସମ୍ପର୍କର ଅସଲି ରହସ୍ୟ କଣ ।