କଂଗ୍ରେସ ଓ ବିଜେପି ମଧ୍ୟରେ ‘ପପି ପଲିଟିକ୍ସ’! ସୋସିଆଲ ମିଡିଆରେ ପପି ପୋଷ୍ଟର ସହ ରାହୁଲଙ୍କୁ ସମାଲୋଚନା

69

କନକ ବ୍ୟୁରୋ : କଂଗ୍ରେସ ଓ ବିଜେପି ମଧ୍ୟରେ ପପି ପଲିଟିକ୍ସ । ଗତ କିଛି ଦିନ ହେବ ମଜାଦାର ଟ୍ୱିଟ୍ କରି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମିଳିଛି ବିଜେପିର ଜବାବ । କିଛି ଏମିତି ଅନ୍ଦାଜରେ ରାହୁଲଙ୍କୁ ଟାର୍ଗେଟ୍ କରିଛି ବିଜେପି । ରବିବାର ସନ୍ଧ୍ୟାରେ ବିଜେପି ଆଇଟି ସେଲ୍ ଇନଚାର୍ଜ ଅମିତ ମାଲବୀୟ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ରାହୁଲ ସାଇକେଲ ଚଳାଉଥିବା ନଜର ଆସୁଛନ୍ତି । ଆଉ ସାଇକେଲ ଆଗରେ ଏକ କୁକୁର ଛୁଆ ହ୍ୟାଣ୍ଡେଲ ଧରି ବସିଥିବାର ଦେଖାଯାଉଛି । ଏହି ଫଟୋ ସହ ସେ ଟ୍ୱିଟ୍ କରିଛନ୍ତି, ପିଡି ଲାଓ, କଂଗ୍ରେସ ବଚାଓ । ଗତ କିଛି ଦିନ ହେବ ରାହୁଲଙ୍କ ମଜାଦାର ଟ୍ୱିଟକୁ ନେଇ ଚର୍ଚ୍ଚା ହେଉଥିଲା ଯେ ରାହୁଲଙ୍କ ପାଇଁ ଏମିତି ଟ୍ୱିଟ୍ ସବୁ କିଏ ଲେଖୁଛି । ତେବେ ଏପରି ଚର୍ଚ୍ଚାର ଭିନ୍ନ ଅନ୍ଦାଜରେ ଜବାବ ଦେଇଥିଲେ ରାହୁଲ ଗାନ୍ଧି । ଏକ କୁକୁର ଛୁଆ ସହ ଭିଡିଓ ସେୟାର କରିଥିଲେ ରାହୁଲ । ଯାହାର ଜବାବରେ ବିଜେପି ପକ୍ଷରୁ ଏପରି ଏକ ଫଟୋ ସେୟାର କରି ରାହୁଲଙ୍କୁ ସମାଲୋଚନା କରାଯାଇଛି ।

ହଠାତ ସେ କିପରି ଟୁଇଟର୍ରେ ଏତେ ଜନପ୍ରିୟ ହେଲେ ବୋଲି ସମାଲୋଚକମାନେ ପଚାରୁଥିବା ପ୍ରଶ୍ନର ରବିବାର ଦିନ ଶାଣିତ ଉତ୍ତର ଦେଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ। ଏକ ଟୁଇଟରେ ସେ ସ୍ୱୀକାର କରିବା ସହ ରାହୁଲ ଲେଖିଛନ୍ତି ତାଙ୍କ ପୋଷ୍ଟ ପଛଭାଗରେ ରହିଛି ତାଙ୍କ ପୋଷା କୁକୁର। ତାଙ୍କ ପୋଷା କୁକୁରର ଏକ ଭିଡିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି।ଲୋକେ ମୋତେ ପଚାରୁଛନ୍ତି ଏ ଟୋକା ପାଇଁ କିଏ ଟୁଇଟ କରୁଛିଟ୍ଟ ମୁଁ ସ୍ପଷ୍ଟ କରି ଦେଉଛି, ସେ ହେଉଛି ମୁଁଟ୍ଟ ପିଡି। ମୁଁ ତା ଠାରୁ ଟିକେ ଧୀର । ଦେଖ ମୁଁ ଟୁଇଟରେ କ’ଣ କରି ପାରୁଛିଟ୍ଟ ଭୋଟ୍ଟ ବିସ୍କୁଟ୍! ବୋଲି ରାହୁଲ ଟୁଇଟ କରିଛନ୍ତି।ଏହି ପୋଷ୍ଟଟି ଉପରେ ଅନେକ କମେଂଟ ମିଳିଛି । ଆସାମର ପୂର୍ବତନ କଂଗ୍ରେସ କର୍ମକର୍ତ୍ତା ତଥା ଏବେକାର ବିଜେପି ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୨୦୧୬ରେ ବିଧାନସଭା ନିର୍ବାଚନ ପୂର୍ବରୁ ଶର୍ମା ରାଜନୈତିକ ମାମଲା ଆଲୋଚନାକରିବାକୁ ଗଲାବେଳେ ରାହୁଲ ସେ କୁକୁରକୁ ଖୁଆଉ ଥିବାର ସେ ଦେଖିଥିଲେ ଏବଂ ଏବେ ତାକୁ ଚିହ୍ନି ପାରୁଛନ୍ତି।ଶର୍ମା ଟୁଇଟ୍ ଲେଖିଛନ୍ତି: ମହାଶୟ ମୋ ଠାରୁ ତାକୁ କିଏ ବେଶି ଜାଣେ। ଏବେ ବି ମନେ ଅଛି ଆମେ ଆସାମ ସ୍ଥିତି ଆଲୋଚନା କରିବାକୁ ଚାହୁଁଥିବାବେଳେ ଆପଣ ତାକୁ ବିସ୍କୁଟ ଖୁଆଉଥିଲେ। ଶର୍ମାଙ୍କର ଏହି ଅଭିଯୋଗ ପରେ ପୁଣି ଝଗଡା ମୁଣ୍ଡ ଟେକିଛି ।

ସେ ଭିଡିଓରେ ରାହୁଲ ତାଙ୍କ ପୋଷା କୁକୁର ପିଡିକୁ ନମସ୍ତେ କହିବାକୁ ଉତ୍ସାହ ଦେଉଛନ୍ତି। ତାହା ଶୁଣି ଶ୍ୱାନଟି ନିଜର ପଛ ଦୁଇ ଗୋଡ଼ରେ ଛିଡ଼ା ହୋଇ ପଡୁଛି । ପିଡିର ଥୋମଣିରେ ଏକ କୁକୁର-ବିସ୍କୁଟ ରଖି ରାହୁଳ ତାକୁ ସେମିତି ରହିବାକୁ ନିର୍ଦେଶ ଦେଉଛନ୍ତି। ତା’ପରେ ତାଙ୍କର ଆଙ୍ଗୁଠି ଚାଳନା ସହ କୁକୁର ବଡ଼ କୌଶଳରେ ନିଜ ମୁଣ୍ଡକୁ ଟିକେ ବୁଲେଇ ଦେଉଛି ଏବଂ ବିସ୍କୁଟ ଖଣ୍ଡିକ ଉଭେଇ ଯାଉଛି। ରାହୁଳ କହୁଛନ୍ତି: ଗୁଡ ବୟ।ଏବେ ରାହୁଲ ପୋଷ୍ଟ କରୁଥିବା ବୁଦ୍ଧିଦୀପ୍ତ ଟୁଇଟଗୁଡ଼ିକ ତାଙ୍କ ନିଜର ନୁହେଁ ଏବଂ ତାହା ଦଳେ ଉତ୍ସର୍ଗୀକୃତ ସାମାଜିକ ଗଣମାଧ୍ୟମ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳିତ ବୋଲି ସମାଲୋଚକମାନେ କହିବାରୁ ରାହୁଳ ଏ ପରି ଟୁଇଟ କରିଛନ୍ତି।ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ପୋଷ୍ଟ କରୁଥିବା ଟୁଇଟଗୁଡ଼ିକ ସବୁବେଳେ ସମ୍ବାଦପତ୍ରର ହେଡଲାଇନରେ ରହୁଥିଲା । ଟୁଇଟରେ ତାଙ୍କର ହଠାତ ଉତ୍ଥାନ ଏବଂ ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ତାଙ୍କର ଟୁଇଟର ହ୍ୟାଣ୍ଡଲ ଏକ ନିୟୁତରୁ ଅଧିକ ନୂତନ ଅନୁଗାମୀ ପାଇଛି।

ତାଙ୍କର ଅନ୍ୟତମ ଜନପ୍ରିୟ ଟୁଇଟରେ– ଅକ୍ଟୋବର ୧୫ ତାରିଖ ଦିନ ପାକିସ୍ତାନ ସହ ସମ୍ପର୍କ ଉନ୍ନତି କରାଇବା ସମ୍ବନ୍ଧୀୟ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟୁଇଟ ପଢ଼ି ରାହୁଳ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରିଥିଲେ: ମୋଦି ଜୀ ତୁରନ୍ତ ବାହାରି ପଡ଼ନ୍ତୁ, ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଆଲିଙ୍ଗନ ଆବଶ୍ୟକ କରୁଥିବା ପରି ମନେ ହୁଏ।