ଜିଦ୍ ଯୋଗୁଁ କୁସ୍ତି ମଇଦାନକୁ ପହଂଚିଲା ଝିଅ, ଗାଈ କ୍ଷୀର ହିଁ ଥିଲା ଏକମାତ୍ର ଆହାର । ଜାପାନରେ ଜିତିଲେ ସୁନା

ନଥିଲା ଖେଳପଡିଆ, ଆହାର ପାଇଁ ନଥିଲା ଟଙ୍କା

89

ଖେଳପଡିଆ ବି ନଥିଲା । ଆହାର ପାଇଁ ଟଙ୍କାର ଅଭାବ ଥିଲା । ଲୋକମାନେ କଥା ଶୁଣାଉଥିଲେ ମଧ୍ୟ । ଏହାକୁ ଖାତିର ନକରି ମଜୁରୀ କରି ଓ ଋଣ ନେଇ ଝିଅ ଓ ପୁଅକୁ ଖେଳର ଚାମ୍ପିୟନ୍ ବନାଇଲେ । ସୂଚନାଯୋଗ୍ୟ, ସତୀଶ ପାଂଚାଲଙ୍କ ଝିଅ କୋମଲ ପାଂଚାଲ ୧୬ ନଭେମ୍ବରକୁ ଜାପାନରେ ଅଣ୍ଡର-୧୫ ଗାର୍ଲ୍ସ କୁସ୍ତି ଏସିଆନ୍ ଚାମ୍ପିଅନସିପରେ ୩୬ କିଲୋଗ୍ରାମରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେଇଠି ରାଘବ ସିବିଏସଇ ନ୍ୟାସନାଲ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ଦମ୍ ଦେଖାଇବେ ।

ଦିନ ମଜୁରିଆ ସତୀଶ ପାଂଚାଲଙ୍କ ୪ଜଣ ଝିଅ ଓ ଗୋଟିଏ ପୁଅ ଅଛନ୍ତି । । ତୃତୀୟ ଝିଅ କୋମଲ କୁସ୍ତି ମଇଦାନକୁ ଯିବାକୁ ଜିଦ୍ କଲେ । ପତ୍ନୀ କୁସୁମ ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମନା କଲେ । ତଥାପି ବି ହାର ନ ମାନି ପୁଷ୍ଟିକର ଆହାର ପାଇଁ ତାଙ୍କୁ କେବଳ କ୍ଷୀର ହିଁ ଦରକାର, ବାଦାମ ନୂୁହେଁ ବୋଲି କହିଲେ । ତା’ପରେ ଝିଅକୁ ସେମାନେ ଟ୍ରେନିଙ୍ଗ ପାଇଁ ପଠାଇଲେ । ୨ ବର୍ଷରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ୧-୧ ଓ ରାଜ୍ୟ ସ୍ତରରେ ୫ଟି ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଏବେ ତାଙ୍କ ଉପରେ ତାଙ୍କ ବାପା ମା’ ଗର୍ବିତ ।