ଅଚାନକ ଭଦ୍ରକ ଗସ୍ତ ସମୟରେ ଭିନ୍ନକ୍ଷମ ସେଣ୍ଟରରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସମସ୍ୟା ପଚାରି ବୁଝିଲେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ କଲେ ।

585

କନକ ବ୍ୟୁରୋ : ମନ ଜିଣିନେଲେ ଫାଇଭ-ଟି ସଚିବ । ସମସ୍ୟା ପଚାରି ବୁଝିଲେ, ସାଙ୍ଗରେ ବସି ମଧ୍ୟାହ୍ନଭୋଜନ କଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ କଲେ ଭି. କେ ପାଣ୍ଡିଆନ । ମୋ ସରକାର କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଆଜି ଅଚାନକ ଭଦ୍ରକରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଭଦ୍ରକ ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ପାଣ୍ଡିଆନ । ରୋଗୀ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ ସେ ନେଇ ରୋଗୀଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ ଫାଇଭ ଟି ସଚିବ । ଆଉ ଏହାପରେ ଅନ୍ୟ ଦୁଇ ସଚିବ ସୁରେଶ ମହାପାତ୍ର ଓ ଶାଳୀନି ପଣ୍ଡିତ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ପାଣ୍ଡିଆନ ।

ହସ୍ପିଟାଲରୁ ବାହାରି ସିଧା ଚରମ୍ପା ସ୍ଥିତ ସିଆରଏସଆର ଭିନ୍ନକ୍ଷମ ସେଣ୍ଟରରେ ପହଞ୍ଚିଥିଲେ ଫାଇଭ-ଟି ସଚିବ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ବସି କିଛି ସମୟ ଆଲୋଚନା କରିବା ପରେ ସେହିଠାରେ ହିଁ ମଧ୍ୟାହ୍ନଭୋଜନ କରିଥିଲେ । ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହ ସମସ୍ୟା ବୁଝିଥିଲେ ଫାଇଭ-ଟି ସଚିବ । ଏହାପୂର୍ବରୁ ଜିଲ୍ଲା ଗସ୍ତ ସମୟରେ ବାହାରେ ଖାଇବା ଅପେକ୍ଷା ସ୍କୁଲ, ଭିନ୍ନକ୍ଷମ ସେଣ୍ଟରରେ ମଧ୍ୟାହ୍ନଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ମନ୍ତ୍ରୀ ଓ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ଦୀପାବଳିରେ କଳିଙ୍ଗ ଷ୍ଟାଡିୟମର ସ୍ପୋଟର୍ସ ହଷ୍ଟେଲ ଅନ୍ତେବାସୀଙ୍କ ସାଥୀରେ ମଧ୍ୟ ପାଣ୍ଡିଆନ ଓ ଭିନିଲ କ୍ରିଷ୍ଣାଙ୍କୁ ଖାଇଥିବାର ଦେଖିବାକୁ ମିଳିଥିଲା ।