ପତ୍ରକାର ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ପଂଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ସମେତ ଅନ୍ୟ ଆରୋପୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଜାନୁୟାରୀ ୧୭ରେ ଦଣ୍ଡ ଘୋଷଣା କରାଯିବ । ହତ୍ୟା ମାମଲାରେ ବଳାତ୍କାରୀ ବାବା ରାମ ରହିମ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସାଧ୍ୱୀ ଯୌନ ଶୋଷଣ ମାମଲାରେ ସିରସାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଖବରକାଗଜରେ ଏକ ରିପୋର୍ଟ ଲେଖିଥିଲେ । ଏହି ରିପୋର୍ଟକୁ ଆଧାର କରି ରାମ ରହିମ ରାମଚନ୍ଦ୍ରଙ୍କୁ ବାରମ୍ବାର ଧମକ ଦେଉଥିଲେ ଏବଂ ପରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି ରାମ ରହିମଙ୍କ ନାଁରେ ।

Advertisment

publive-image

୨୪ ଅକ୍ଟୋବର ୨୦୦୨ରେ ସିରସାର ପତ୍ରକାର ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ମାରିଦେଇଥିଲେ ଓ ୨୧ ନଭେମ୍ବର ୨୦୦୨ରେ ଦିଲ୍ଲୀର ଆପୋଲୋ ହସପିଟାଲରେ ତାଙ୍କର ମୃତ୍ୟୁ ହୋଥିଲା । ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଯୌନ ଶୋଷଣ ମାମଲାରେ ୨୦ବର୍ଷ ଜେଲ୍ ଦଣ୍ଡ ଶୁଣାଇଛି ।