ସୁଯୋଗ ଦେଖି ମାରିଲେ ! କେନ୍ଦ୍ରାପଡାରେ ହାର ପାଇଁ ଅତନୁଙ୍କ ଆଡକୁ ଇସାରା କଲେ ସାଂସଦ ବୈଜୟନ୍ତ

46

କନକ ବ୍ୟୁରୋ : କାହିଁକି ହାରିଲା ବିଜେଡ଼ି । କେନ୍ଦ୍ରପଡ଼ାରେ ଏହାର ହିସାବ ନିକାସ କରିବାକୁ ଯାଇ ଦୁଇ ତୁଙ୍ଗ ନେତାଙ୍କ ଭିତରେ ବିବାଦ ଦେଖା ଦେଇଛି । ସାଂସଦ ବୈଜୟନ୍ତ ପଣ୍ଡା ଏହି ବିଫଳତା ପାଇଁ ଅତନୁଙ୍କ ଆଡ଼କୁ ଇସାରା କରିଛନ୍ତି ।

ବୈଜୟନ୍ତ କହିଛନ୍ତି କେନ୍ଦ୍ରାପଡାରେ ଦାଦାଗିରି କରୁଥିବା ଏକ ଗୋଷ୍ଠୀକୁ ଲୋକେ ଶାସ୍ତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଅତନୁଙ୍କୁ ଇସାରା କରି ସେ ଲେଖିଛନ୍ତି ସେହି ଗୋଷ୍ଠୀ ତାଙ୍କୁ ରାଲି କରିବାକୁ ମଧ୍ୟ ଅଟକାଇଥିଲେ ।

୨୦୧୨ ପଂଚାୟତ ନିର୍ବାଚନରେ ୧୪ଟି ଜିଲ୍ଲାପରିଷଦ ଜୋନରେ ୧୩ଟି ବିଜେଡି ହାତକୁ ଯାଇଥିବା ବେଳେ କଂଗ୍ରେସ୍ ଗୋଟିଏ ଆସନ ଅକ୍ତିଆର୍ କରିଥିଲା । ଏଥର କିନ୍ତୁ ପୁରା ସମୀକରଣ ବଦଳିଯାଇଛି । ୨ୟ ପର୍ଯ୍ୟାୟ ସୁଦ୍ଧା ସେହି ୧୪ଟି ଜୋନରେ ବିଜେଡି ମାତ୍ର ୬ଟି ଜୋନ୍ ଅକ୍ତିଆର୍ କରିଥିବା ବେଳେ ୮ଟିରେ ବିଜେପିକୁ ମିଳିଛି ସଫଳତା ।