କେବେ ଥମିବ ରେପ୍ ନାମକ ରୋଗ ? କାମୁକ କାନକୁ ଶୁଭୁନି କରୁଣ ଚିତ୍କାର , ପୁଣି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଲା ଦୁଇ ଦୁଇଟି ଦୁଷ୍କର୍ମ ।

406

ସମାଜରେ ଯେତେ ନାରୀ ସଶକ୍ତିକରଣ , ନାରୀସୁରକ୍ଷାର କଥା କହି ଡିଣ୍ଡିମ ପିଟିଲେ ମଧ୍ୟ ସଇତାନଙ୍କ କାମୁକ ଆଖିର ଶିକାର ସାଜୁଛନ୍ତି ନାରୀ । ସମାଜର ପାଣିପାଗ ଏବେ ଏତେ ଦୂଷିତ ହେଲାଣି ଯେ ମହିଳା ତ ମହିଳା ବର୍ଷକର ଶିଶୁକନ୍ୟା ବି ଏବେ ଭୋଗ୍ୟବସ୍ତୁ ପାଲଟୁଛି । କାମୁକ ସଇତାନର ଆଖିକୁ ନା ବୟସ ଦେଖାଯାଉଛି ନା ସଂପର୍କ । ଦୁଷ୍କର୍ମ ନାମକ ଶବ୍ଦଟି ଯେମିତି ଆଜିର ସମାଜରେ ଟ୍ରେଣ୍ଡିଂ ଲିଷ୍ଟରେ ସାମିଲ୍ ହୋଇଛି । ଏଠାରେ ଆମେ ଆପଣଙ୍କୁ ଭିନ୍ନ ଭିନ୍ନ ଦୁଇଟି ସ୍ଥାନର ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କ ମନରେ କାମୁକ ସଇତାନଙ୍କ ପ୍ରତି ଘୃଣାଭାବ ସୃଷ୍ଟି ହେବ ।

ପ୍ରଥମେ ନିର୍ଭୟା ପରେ ହାଇଦ୍ରାବାଦ ଦିଶା , ବର୍ତ୍ତମାନ ଉନ୍ନାଓ ପୀଡିତାଙ୍କ ମୃତ୍ୟୁର ଶୋକ ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ପଶ୍ଚିମବଙ୍ଗରେ ମାତ୍ର ୯ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି ମାମୁଁ । ଘଟଣାଟି ବରଗ୍ରାମ୍ ର ଶ୍ୟାମପୁରରୁ ଆସିଥିବା ବେଳେ ଗୁରୁବାର ଅନୁପ ପରମାନିକ୍ ନାମକ ଅଭିଯୁକ୍ତ ଏଭଳି ଜଘନ୍ୟ କୁକର୍ମ କରିବାର ଖବର ଆସିଛି । ଘରେ ଝିଅ ପାଇଁ ଖେଳନା କିଣିବା ବାହାନାରେ ଘରୁ ବାହାରକୁ ଡାକି ନେଇ ପଡୋଶୀ ଘରର ଜଣେ ବ୍ୟକ୍ତି ଝିଅଟି ସାଙ୍ଗରେ ଦୁଷ୍କର୍ମ କରିଥିଲା । ଘର ପଛପଟ ଏକ ପାଳଗଦାରୁ ପରିବାର ଲୋକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅଟି ମିଳିଥିଲା । ଏନେଇ ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦିଆଯିବା ସହ ପୋଲିସ୍ ଅଭିଯୁକ୍ତ ଗିରଫ କରିଛି । ଠିକ୍ ସେହିଭଳି ଆଉ ଏକ ଘଟଣା ଘଟିଛି ହରିୟାଣାର ପଲବଲ୍ ସହରରେ ।

ପଲବଲ୍ ରେ ୪ ଜଣ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ମଧ୍ୟରାତ୍ରିରେ ଅପହରଣ କରିବା ସହ ବିଲକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏତିକି ନୁହଁ ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଏହି ଦୁଷ୍କର୍ମକାରୀ ପୀଡିତଙ୍କ ସହ ଦୁଷ୍କର୍ମ କରିଥିଲେ । ଥାନାରେ ଏତଲା ଦେବା ସତ୍ତେ୍ୱ ପୋଲିସ୍ ଆଖିଦୃଶିଆ ଜାଞ୍ଚ୍ ନ କରିବାରୁ ପୀଡିତା ଭାଗ୍ୟକୁ ନିନ୍ଦି ଚୁପ୍ ହୋଇ ରହିଥିଲେ । ବର୍ତ୍ତମାନ ପୀଡିତାଙ୍କ ମା’ ମହିଳା ପୋଲିସ୍ ଥାନାରେ ଏତଲା ଦେଇଛନ୍ତି । ପୋଲିସ୍ ଫେରାର୍ ୪ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି । ୧୭ ବର୍ଷୀୟା ପୀଡିତା ଟଏଲେଟ୍ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା ବୋଲିି ତାଙ୍କ ମା’ ପୋଲିସ୍ ଆଗରେ କହିଛନ୍ତି ।