ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ! ୬ ବର୍ଷର ଶିଶୁ ମୃତ, ଜଣେ ବିଏସଏଫ ଯବାନ ସହିଦ । 

ସୁଧୁରିବାର ନାଁ ନେଉନି ପାକିସ୍ତାନ । ଲଗାତାର ଅସ୍ତ୍ରବିରତି ଉଲଂଘନ କରୁଛି ।

451
ସୁଧୁରିବାର ନାଁ ନେଉନି ପାକିସ୍ତାନ । ଲଗାତାର ଅସ୍ତ୍ରବିରତି ଉଲଂଘନ କରୁଛି । ଭାରତୀୟ ସେନାଙ୍କ କଡା ଜବାବ ସତ୍ୱେ ବି ସଧୁରିବାର ନାଁ ନେଉ ନାହିଁ ପାକିସ୍ତାନ । ଆଜି ମଧ୍ୟ ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳିବିନିମୟ ଘଟିଛି । ଯେଉଁଥିରେ ୬ ବର୍ଷର ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ବେଳେ ଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଏବଂ ଭାରତୀୟ ସେନାଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୫ଜଣ ବିଏସଏଫ ଯବାନ ଆହତ ହୋଇଥିଲେ । ସେଥି ମଧ୍ୟରୁ ଜଣେ ଯବାନ ଚିକିତ୍ସିତ ଅବସ୍ଥାରେ ସହିଦ ହୋଇଛନ୍ତି । ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଲେପ୍ଟିନେଟ କର୍ନଲ ଦେବେନ୍ଦ୍ର ଆନନ୍ଦଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୭.୪୫ରେ ପାକିସ୍ତାନ ସେନା ଶାହାପୁର ଏବଂ କେରନୀ ସେକ୍ଟର ଉପରେ ଅଚାନକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୬ ବର୍ଷର ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ବେଳେ ପୁଂଛରେ ୯ ଜଣ ସ୍ଥାନୀୟ ବାସିନ୍ଦା ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।