ପାକିସ୍ତାନର ନୂଆ ଚାଲ! ମାସୁଦ ମୃତ ନା ଜୀବୀତ, ସସପେନ୍ସ ଭିତରେ ହସ୍ପିଟାଲରୁ ସ୍ଥାନାନ୍ତର କଲା ଇମ୍ରାନ ସରକାର

ରାଓଲପିଣ୍ଡି ଆର୍ମି ହସ୍ପିଟାଲରୁ ବାହାବଳପୁର ଜୈସ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ସୂଚନା

273

କନକ ବ୍ୟୁରୋ: ଧରପଡିଲା ପାକିସ୍ତାନର ଆଉ ଏକ ଚାଲ ।  ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ମୃତ ନା ଜୀବିତ ସେ ନେଇ ସସପେନ୍ସ ଜାରି ରହିଥିବାବେଳେ  ସୂଚନା ଅନୁସାରେ ଅତି ଚତୁରତାର ସହ ମାସୁଦକୁ ରାୱଲପିଣ୍ଡ ହସପିଟାଲରୁ ଜୈଶ କ୍ୟାମ୍ପକୁ ସ୍ଥାନାନ୍ତର କରିଛି ପାକିସ୍ତାନ ସେନା । ଗତକାଲି ରାତି ପ୍ରାୟ ସାଢେ ୭ଟାବେଳେ ମାସୁଦକୁ ସ୍ଥାନାନ୍ତର କରାଯାଇଛି । ନିରାପଦ ସ୍ଥାନକୁ ସ୍ଥାନାନ୍ତର ପରେ  ଜୈଶ-ଏ-ମହମ୍ମଦ  ଇମ୍ରାନ ଖାନ ଉପରେ ବର୍ଷିଛି । ସଙ୍ଗଠନ ଅଭିଯୋଗ ଆଣିଛି, ଇମ୍ରାନ ଖାନ ଭାରତ ଓ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି ।

ଗତକାଲି ମାସୁଦ ମୃତ ନା ଜୀବିତ, ଏନେଇ ସସପେନ୍ସ ଜାରି ରହିଥିଲା । ମାସୁଦର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା  ।  କିନ୍ତୁ ଏହାକୁ ଖଣ୍ଡନ କରିଥିଲା ପାକିସ୍ତାନ । ମାସୁଦ ଆଝାର ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ । ୨୦୦୧ ପାର୍ଲାମେଂଟ ଆକ୍ରମଣ ଠାରୁ ଆରମ୍ଭ କରି ପଠାନକୋର୍ଟ, ଉରି ହମଲାରେ ତା’ର ହାତ ଥିବା ଅଭିଯୋଗ ରହିଛି । ତା’ରି ଇସାରାରେ ପୁଲୱାମା ହମଲା ହୋଇଥିଲା ବୋଲି ଅଭିଯୋଗ କରି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲା ଭାରତ ।