କାଶ୍ମୀରକୁ ନେଇ ହେଉଥିବା ହଟ୍ଟଗୋଳ ମଧ୍ୟରେ ପାକିସ୍ତାନ ଚଲାଇଲା ଚାଲ୍ ! ବାଲାଷ୍ଟିକ ମିସାଇଲ ‘ଗଜନବୀ’ର ସଫଳ ପରୀକ୍ଷଣ ନେଇ କଲା ଦାବି

755

ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ମିଶାଇଲ ପରୀକ୍ଷଣ କଲା ପାକିସ୍ତାନ । କାଶ୍ମୀର ପ୍ରସଙ୍ଗକୁ ଚାରିଆଡୁ ନିରାଶ ହେବା ପରେ ମିସାଇଲ ପରୀକ୍ଷଣ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦର୍ଶାଇ ପାକିସ୍ତାନ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ ଉଦ୍ୟମ କରୁଛି । କାଲି ମଧ୍ୟ ରାତିରେ ବାଲାଷ୍ଟିକ ମିସାଇଲ ‘ଗଜନବୀ’ର ସଫଳ ପରୀକ୍ଷଣ କରିଥିବା ପାକିସ୍ତାନ ଦାବି କରିଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ଏହି ମିସାଇଲର ବେଲୁଚିସ୍ତାନରେ କରାଯାଇଛି । ଯାହାର ଲକ୍ଷ୍ୟଭେଦୀ କ୍ଷମତା ୨୯୦ ରୁ ୩୨୦ କିଲୋମିଟର । ‘ଗଜନବୀ’ର ଯୁଦ୍ଧାସ୍ତ୍ର ବହନ କ୍ଷମତା ୭୦୦ କିଲୋଗ୍ରାମ । ମିସାଇଲ ପରୀକ୍ଷଣ ପାଇଁ ପାକିସ୍ତାନ କରାଚୀ ଏୟାରସ୍ପେସକୁ ୩ ଦିନ ପାଇଁ ବନ୍ଦ କରିଥିବା ସୂଚନା ରହିଛି । ନୌସେନାକୁ ମଧ୍ୟ ସତର୍କ କରିଥିଲା ପାକିସ୍ତାନ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ମନ୍ତ୍ରୀମାନେ ଭାରତକୁ ଯୁଦ୍ଧ ଧମକ ଦେଇ ଆସୁଛନ୍ତି । ଏହାରି ଭିତରେ ମିସାଇଲ୍ ପରୀକ୍ଷଣ କରି ପାକିସ୍ତାନ ବିଶ୍ୱର ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ କରୁଛି ।