ଡାଲି କିଣିବାକୁ ପାଖରେ ନାହିଁ ଟଙ୍କା , କିନ୍ତୁ ଯୁଦ୍ଧ କରିବାକୁ ଦେଉଛି ଧମକ ! କାଙ୍ଗାଳବସ୍ତାରେ ବି କମାଲ୍ କରିବ ବୋଲି ଭାବୁଛି ପାକିସ୍ତାନ ।

792

ପାକିସ୍ତାନର ଅର୍ଥବ୍ୟବସ୍ଥା ଏବେ ଧରାଶାୟୀ ହୋଇପଡିଛି । ପରିବାଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ ଆକାଶଛୁଆଁ ମହଙ୍ଗା ଦରରେ ବିକ୍ରି ହେଉଛି । ସେଠାକାର ଲୋକମାନେ ନାହିନଥିବା ଅସୁବିଧା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶର ଅର୍ଥନୀତି କ’ଣ ସୁଧାରିବେ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛନ୍ତି ।

ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଲୋକଙ୍କୁ ପାଣି ମଧ୍ୟ କିଣି ପିଇବାକୁ ପଡୁଛି । ଡାଲି,ଚିନି,ଗ୍ୟାସ୍ ,କ୍ଷୀର ଏବଂ ଫଳ ସମେତ ଅନ୍ୟାନ୍ୟ ସାମଗ୍ରୀରେ ସୁନା ପରସ୍ତ ଲାଗିଲା ଭଳି ଦାମ୍ ବଢୁଛି । ଭାରତ ସହ ବ୍ୟବସାୟ ବନ୍ଦ ହେବା ପରେ ପାକିସ୍ତାନ ଏବେ ନିଜ ଗୋଡରେ ହିଁ କୁରାଢି ମାରିବା ଭଳି କାମ କରିଛି ।

ପାକ୍ ରେ ଡାଲିର ଦର ଖୁବ୍ ମହଙ୍ଗା ରହିଛି । ଚଣା ଡାଲି ଯେଉଁଠି ୩୬୦ ଟଙ୍କା ରହିଛି , ମୁଗଡାଲି ୧୭୦ ଟଙ୍କା ,ମସୁର ଡାଲି ୧୩୦ ଟଙ୍କା ଏବଂ କୋଳଥ ଡାଲି ୧୮୦ ଟଙ୍କା ପ୍ରତି କିଲୋ ରହିଛି । ଅନ୍ୟପକ୍ଷରେ ଯଦି ଆମେ କ୍ଷୀର କଥା କହିବା ତେବେ ପାକ୍ ରେ ଭାରତ ଠାରୁ ୨ ଗୁଣା ଅଧିକ ଦାମ୍ ରେ କ୍ଷୀର ବିକ୍ରି ହେଉଛି । ପାକିସ୍ତାନରେ ଏକ ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୦୦ ରୁ ୧୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ମହଙ୍ଗା ଦରରେ ଲୋକଙ୍କ ପାଇଁ ଚା’ ପିଇବା ମଧ୍ୟ କଷ୍ଟକର ହୋଇପଡିଲାଣି । ପାକ୍ ରେ ଚିନି କିଲୋ ଏବେ ୮୦ ଟଙ୍କା । ଗୋଟିଏ ନାନ୍ ରୁଟିର ଦାମ୍ ୪୦ ଟଙ୍କା । କେବଳ ଏତିିକି ନୁହଁ ପେଟ୍ରୋଲ୍ ଏବଂ ଘରୋଇ ଗ୍ୟାସ୍ ଦାମରେ ମଧ୍ୟ ନିଆଁ ଲାଗିଛି । ଏକ ଲିଟର ପେଟ୍ରୋଲର ଦାମ୍ ୧୧୭ ଟଙ୍କା ରହିଛି ।

ଆପଣଙ୍କୁ କହିରଖୁଛୁ ପାକିସ୍ତାନରେ ଡଲାରର ଦାମ୍ ଭାରତ ମୁକାବିଲାରେ ଦୁଇଗୁଣା ଅଧିକ ରହିଛି । ଭାରତରେ ଯେଉଁଠି ୧ ଲିଟର ଡଲାରର ଦାମ୍ ୭୧ ଟଙ୍କା ଏବଂ ୧୪ ପଇସା ରହିଛି , ପାକିସ୍ତାନରେ ଏହାର ଦୁଇଗୁଣା ଅଧିକ ୧୫୯ ଟଙ୍କା ୭୬ ପଇସା ରହିଛି । କହିବାକୁ ଗଲେ ପାକିସ୍ତାନ ଏବେ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଛି ।