ଭାରତ ସହ କୁଟନୀତି କ୍ଷେତ୍ରରେ ଫେଲ୍ ମାରିବା ପରେ ଏବେ ପାକିସ୍ତାନ ନିଜ ଦେଶରେ ମଧ୍ୟ ଅଜିତ୍ ଡୋଭାଲଙ୍କ ଭଳି ଅଧିକାରୀ ନିୟୁକ୍ତ କରିବାକୁ ଚାହୁଁଛନ୍ତି । ଇମରାନ୍ ଖାନ୍ ସରକାର ଅଜିତ୍ ଡୋଭାଲଙ୍କ ପ୍ରଶଂସକ ପାଲଟିଯାଇଛି । ସୂତ୍ରାନୁସାରେ ପାକ୍ ମିଡିଆରେ ଖବର ପ୍ରସାରିତ ହେଉଛି ଯେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଭଳି ପାକରେ ମଧ୍ୟ ଅନେକ ଏନଏସଏ ନିୟୁକ୍ତ କରାଯିବ । ୨୦୧୮ ରେ ଇମରାନ୍ ଖାନ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଭାରତ ସହ ସୁସଂପର୍କ ରଖିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭାରତ ତରଫରୁ ରୋକଠୋକ୍ ଭାବରେ କୁହାଗଲା ଯେ ଆତଙ୍କବାଦ ଏବଂ କଥାବାର୍ତ୍ତା କେବେ ଗୋଟିଏ ସମୟରେ ହୋଇପାରିବ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏନଏସଏ ସମ୍ଭାବିତ ନୋଟିସର ଅର୍ଥ ଭାରତ ସହ ପରଦା ପଛରେ କୁଟନୀତି କରିବା ଯଦ୍ୱାରା ପରମାଣୁ ଶକ୍ତି ସଂପର୍ଣ୍ଣ ଦୁଇ ପଡୋଶୀ ଦେଶ ମଧ୍ୟରେ ମୁଖ୍ୟ ମୁଦ୍ଦାରେ କୌଣସି ବାର୍ତ୍ତାଳାପ ହୋଇପାରିବ । ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ପଡୋଶୀ ଦେଶ ମଧ୍ୟରେ ଜମ୍ମୁ-କାଶ୍ମୀରରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଅର୍ଥାତ୍ ଫେବୃୟାରୀ ୧୪ ତାରିଖରେ ଜୈସ୍ –ଏ-ମହମ୍ମଦ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଯାଇଥିଲେ । ଏହାପରେ ଭାରତ ତରଫରୁ ପାକ୍ ରେ ଏୟାର୍ ଆଟାକ୍ କରିଦିଆଯାଇଥିଲା ।